fbpx

ଏମିତି ବି ହୋଇପାରେ ଯୋଗାଡ! ପରିବାର ସହ ଘରକୁ ଫେରିବାକୁ ବାଇକ୍ ସହ ବାନ୍ଧିଲା ଦୋଳି, ଦେଖନ୍ତୁ ଭାଇରାଲ ଭିଡିଓ

ଲକ୍-ଡାଉନ ଚାଲିଥିବା ବେଳେ ଗତ କିଛି ସପ୍ତାହ ମଧ୍ୟରେ ଶ୍ରମିକମାନଙ୍କ ଅନେକ କାହାଣି ଆମେ ଦେଖିଆସୁଛୁ । ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ଉପାୟ ଆପଣେଉଛନ୍ତି । ନିକଟରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ପରିବାର ସହ ଘରକୁ ଫେରିବା ପାଇଁ ବାଇକ୍ ସହ ଦୋଳିକୁ ଯୋଡିଦେଇଛନ୍ତି । ଭିଡିଓଟିକୁ ମାରିକୋ ଚେୟାରମ୍ୟାନ୍ ହର୍ଷ ମାରିୱାଲା ସେୟାର କରି ଲେଖିଛନ୍ତି ଯେ, ଯଦିଓ ଏହି ଯାତ୍ରା ଏକ ସୁରକ୍ଷିତ ମାଧ୍ୟମ ନୁହେଁ, ତଥାପି ବ୍ୟକ୍ତି ଜଣକ ନିଜର ଉପସ୍ଥିତ ବୁଦ୍ଧି ସାହାର୍ଯ୍ୟରେ ୨ ସିଟ୍ ବିଶିଷ୍ଟ ବାଇକୁ ୪ ସିଟ୍ ବିଶିଷ୍ଟ କରିପାରିଛନ୍ତି ।’

ତେବେ ବ୍ୟକ୍ତି ଜଣକ ଦୋଳି ସହିତ ଷ୍ଟିଅରିଂ ଚକ ଲଗାଇଥିଲେ । ଏହା ସହିତ ସେ ଗୋଟିଏ ହାତରେ ଷ୍ଟିଅରିଂ ମାଧ୍ୟମରେ ଦୋଳିକୁ ବାଲାନ୍ସ କରି ଆଗକୁ ବଢିଚାଲିଥିଲେ । ବ୍ୟକ୍ତିଙ୍କର ଏଭଳି ବିଚକ୍ଷଣ ବୁଦ୍ଧି ଲୋକମାନଙ୍କୁ ବେଶ ପସନ୍ଦ ଆସିଛି ।

Get real time updates directly on you device, subscribe now.