fbpx

ପୁରୀରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ପୁରୀ,୧୭/୫(ଓଡିଶା ଭାସ୍କର): ଆଜି ପୁରୀ ଜିଲ୍ଲାରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀର ଟାଉନର ୨ ଜଣ, ପିପିଲିର ଜଣେ ଓ କୋଣାର୍କରେ ଜଣେ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ। ନରେନ୍ଦ୍ରକୋଣ ଅଞ୍ଚଳର ଜଣେ ଆକ୍ରାନ୍ତ ପୁରୀ ଜେଲ୍‌ରେ ରହୁଥିବା ସୂଚନା ମିଳିଛି।ଅନ୍ୟ ୩ ଜଣ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହୁଥିବା ଜଣାପଡିଛି। ତେବେ କଏଦୀଙ୍କ ଘର ନରେନ୍ଦ୍ରକୋଣ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷିତ ହୋଇଛି। କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର କାଲି ସ୍ବାବ୍‌ ପରୀକ୍ଷା ହେବ।

Get real time updates directly on you device, subscribe now.