ଗୋଟିଏ ବର୍ଷ ମଧ୍ୟରେ ୨୩ ସନ୍ତାନଙ୍କ ବାପା ହେଲେ ଯୁବକ, ଜାଣନ୍ତୁ କିପରି

News across the Earth, news close to your heart, Read Odisha Bhaskar English

ଏକଥା ଆମେ ସମସ୍ତେ ଜାଣୁ ଯେ, ଗୋଟିଏ ବର୍ଷ ମଧ୍ୟରେ ଜଣେ ବ୍ୟକ୍ତି ଗୋଟିଏ କିମ୍ବା ଯମଜ ସନ୍ତାନର ବାପା ହୋଇପାରିବ । ଯଦି ଜଣେ ଯୁବକ ଗୋଟିଏ ବର୍ଷ ମଧ୍ୟରେ ଦୁଇଟି କି ତିନୋଟି ନୁହେଁ, ୨୩ଟି ସନ୍ତାନର ବାପା ହୁଅନ୍ତି, ତେବେ ଏକଥାକୁ କେହି ବିଶ୍ୱାସ କରିବେ ନାହିଁ ।

ଏହି ଅଜବ ଘଟଣାଟି ଘଟିଛି ଅଷ୍ଟ୍ରେଲିଆରେ । ଏଲନ ଫାନ ନାମକ ଜଣେ ବ୍ୟକ୍ତି ଆରମ୍ଭରୁ ଉତ୍ସାହର ସହିତ ଶୁକ୍ରାଣୁ ଦାନ କରିଆସୁଥିଲେ । ତେବେ ପରବର୍ତ୍ତୀ ସମୟରେ ଏଲନ ଏହାକୁ ପେଶା ଭାବେ ଗ୍ରହଣ କରିନେଇଥିଲେ । ଏଲନ ସ୍ପର୍ମ ଦାନ କରି ଗୋଟିଏ ବର୍ଷରେ ୨୩ ସନ୍ତାନଙ୍କ ବାପା ହୋଇଛନ୍ତି । ଘଟଣାଟି ପ୍ରଘଟ ହେବା ପରେ ପୋଲିସ ଏହାର ସତ୍ୟତା ନେଇ ତଦନ୍ତ ଆରମ୍ଭ କରିଦେଇଛି । ଏଲନଙ୍କର ନିଜର ଦୁଇଟି ସନ୍ତାନ ରହିଛନ୍ତି । ଏଲନ ଏକ ଘରୋଇ ତଥା ପଞ୍ଜୀକୃତ ପ୍ରଜନନ କ୍ଲିନିକ୍ ମାଧ୍ୟମରେ ଶୁକ୍ରାଣୁ ଦାନ କରିଥାନ୍ତି । ଏଲନ ନିଜ ପଞ୍ଜୀକୃତ କ୍ଲିନିକ ବ୍ୟତୀତ ବାହାରେ ମଧ୍ୟ ସ୍ପର୍ମ ଦାନ କରିଥାନ୍ତି । ପୁରୁଷମାନେ ଦଶଥର ସ୍ପର୍ମ ଦାନ କରିବାର ନିୟମ ଅଷ୍ଟ୍ରେଲିଆରେ ରହିଛି । କ୍ୱାଲିଟି ସ୍ପର୍ମ ଯୋଗୁଁ ମହିଳାମାନେ ତାଙ୍କୁ ପସନ୍ଦ କରୁଥିବା ଏଲନ କହିଛନ୍ତି ।

Get real time updates directly on you device, subscribe now.