fbpx

ଛାତ କଣା କରି ଘରେ ପଡ଼ିଲା ଏପରି ଏକ ଜିନିଷ, ଯେଉଁଥିପାଇଁ ମାଲାମାଲ୍ ହୋଇଗଲେ ଯୁବକ

ଭାଗ୍ୟ କେତେବେଳେ ଯେ କାହାର ବଦଳିଯିବ, ତାହା କେହି ଜାଣି ନଥାନ୍ତି । ଆଜି ଯିଏ ଦାଣ୍ଡର ଭିକାରୀ କାଲି ସେ ମାଲିକ ବି ହୋଇଯିବ, ତାହା କେବଳ ଭାଗ୍ୟ ଉପରେ ନିର୍ଭର କରିଥାଏ । ସେହିପରି ଜଣେ ଯୁବକଙ୍କ ସହ ଏପରି କିଛି ଘଟିଛି, ଯାହା ତାଙ୍କୁ ମାଲାମାଲ୍ କରିଦେଇଛି ।

ଯୁବକ ଜଣଙ୍କ ନିଜ ଘରେ ରହି କାମ କରୁଥିବାର ବେଳେ ହଠାତ ଏକ ପଥର ଖଣ୍ଡ ଛାତ କଣା କରି ୧୫ ସେଣ୍ଟି ମିଟର ମାଟି ଭିତରକୁ ପଶି ଯାଇଥିଲା । ପାଖକୁ ଯାଇ ପଥର ଖଣ୍ଡକୁ ଦେଖିବା ପରେ ସେ ଜାଣିବାକୁ ପାଇଥିଲେ ଏହା ନିହାତି ଏକ ଅଲୌକିକ ପଥର । ଏନେଇ ଖବର ପ୍ରଚାରିତ ହୋଇଯିବା ପରେ ପଥରର ଯାଞ୍ଚ କରାଯାଇଥିଲା । ପଥର ଖଣ୍ଡଟି ୪ ଆରବ ବର୍ଷ ପୁରୁଣା ହୋଇଥିବା ବେଳେ ଗପାନା ପ୍ରଜାତିର ବୋଲି ଜଣାପଡ଼ିଥିଲା । ଏହି ପଥର ଦାମ ପ୍ରତି ଗ୍ରାମ ୮୫୭ ଡଲାର ହୋଇଥିବା ବେଳେ ପୁରା ପଥରର ଦାମ୍ ୧୦ କୋଟି ହେବ ବୋଲି ଅନୁମାନ କରାଯାଇଛି ।

ତେବେ ଯୁବକ ଜଣଙ୍କ ଇଣ୍ଡୋନେସିଆର ଜୋଶୁଆ ହୋତାଙ୍ଗୁଲୁଙ୍ଗ । ପଥରଟିକୁ ଦେଖିବା ପରେ ଜୋଶୁଆ ଆଶ୍ଚର୍ଯ୍ୟ ହୋଇଥିଲେ । ଯଦିଓ ଏହି ପଥର ତାଙ୍କ ଛାତ କଣା କରିଦେଇଥିଲା କିନ୍ତୁ ଏହା ହିଁ ତାଙ୍କ ଜୀବନ ବଦଳାଇ ଦେବ ସେ ଜାଣି ନଥିଲେ । ଉଲ୍କା ପିଣ୍ଡଟି ଖୁବ ଉତ୍ତପ୍ତ ଥିଲା ବୋଲି ଜୋଶୁଆ ଜାଣିପାରିଥିଲେ । କିନ୍ତୁ ଉଲକା ପିଣ୍ଡଟି ଜୋଶୁଆଙ୍କ ଭାଗ୍ୟକୁ ବଦଳାଇ ଦେଇଛି ।

Get real time updates directly on you device, subscribe now.