fbpx
BSKY
BJD SHG SKY
BJD YOUTH SKY

କୁକୁର ସ୍ମୃତିରେ ତିଆରି ହେଲା ମନ୍ଦିର: ଜମିରେ ମୂର୍ତ୍ତି ସ୍ଥାପନା କରି ପାଲଟିଛନ୍ତି ଉଦାହରଣ

ତାମିଲନାଡୁ: ତାମିଲନାଡୁରୁ ଆସିଛି ଏକ ଏମିତି ଘଟଣା, ଯାହା ମଣିଷ ଏବଂ ପଶୁ ମଧ୍ୟରେ ଥିବା ନିବିଡତାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି । ଆଜିକା ଯୁଗରେ ବାପା ମା’ଙ୍କୁ ଭୁଲି ମଣିଷ ଯାଉଥିବା ବେଳେ ଗୋଟିଏ ପଶୁ ପ୍ରତି ଥିବା ଏଭଳି ପ୍ରେମ ତାଙ୍କୁ ସମସ୍ତଙ୍କଠୁ ଅଲଗା ବନାଇଛି । ନିଜ ପୋଷା କୁକୁରର ସ୍ମୃତିରେ ଏକ ମନ୍ଦିର ନିର୍ମାଣ କରିବା ସହିତ କୁକୁରର ମୂର୍ତ୍ତି ମଧ୍ୟ ନିର୍ମାଣ କରିଛନ୍ତି ମାଲିକ ମୁଥୁ ।

ସୂଚନା ଅନୁସାରେ, ତାମିଲନାଡୁର ଶିବଗଙ୍ଗାର ଏହି ଘଟଣା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ମୁଥୁ ନାମକ ୮୨ ବର୍ଷୀୟ ଜଣେ ବ୍ୟକ୍ତି ଗତ ୧୧ ବର୍ଷରୁ ପୋଷା କୁକୁର ଟମ ସହିତ ରହୁଥିଲେ । କିନ୍ତୁ ଗତ ୨୦୨୧ ମସିହାରେ ରୋଗରେ ପୋଷା ଟମର ମୃତ୍ୟୁ ହୋଇଯାଇଛି । ଏହି ଘଟଣାକୁ ସହି ନପାରି ମୁଥୁ ଖୁବ ଉଦାସ ରହୁଥିଲେ ଏବଂ ଟମକୁ ମନେ ମନେ ଖୁବ ଖୋଜୁଥିଲେ । ତେବେ ଶେଷରେ କୁକୁରର ସେବା ଏବଂ ସ୍ମୃତିକୁ ମନେ ରଖିବା ପାଇଁ ମୁଥୁ ଏକ ନିଷ୍ପତ୍ତି ନେଲେ । କୁକୁର ଟମର ସ୍ମୃତିରେ ମୁଥୁ ନିଜ ଜମିରେ ଏକ ମନ୍ଦିର ନିର୍ମାଣ କରିବା ସହିତ କୁକୁରର ମୂର୍ତ୍ତି ସ୍ଥାପନା ମଧ୍ୟ କରିଛନ୍ତି । ମୁଥୁଙ୍କ ପରିବାର ସମସ୍ତେ ଟମକୁ ଭଲ ପାଆନ୍ତି । ତେଣୁ ଟମର ସ୍ମୃତିକୁ ମନେ ରଖିବା ପାଇଁ ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି ମୁଥୁ ।

କୁକୁରଟି ପ୍ରଶିକ୍ଷିତ ତିଲା, ତେଣୁ ପରିବାରର ସମସ୍ତଙ୍କ କଥା ସେ ମାନୁଥିଲା । ତେଣୁ ବାପାଙ୍କ କଥା ଅନୁସାରେ ପ୍ରତି ଶୁକ୍ରବାର ଏବଂ ସବୁ ଶୁଭ ଦିନରେ ଟମର ଏହି ମୂର୍ତ୍ତିରେ ପୁଷ୍ପମାଲ୍ୟ ଚଢାଯାଏ ବୋଲି କହିଛନ୍ତି ମୁଥୁଙ୍କ ପୁଅ ମନୋଜ ।

Get real time updates directly on you device, subscribe now.