fbpx
BSKY
BJD SHG SKY
BJD YOUTH SKY

SBI ୟୁଜର୍ସ ସାବଧାନ! ଯଦି ଆପଣଙ୍କୁ ଆସୁଛି ଏହି ମେସେଜ ତେବେ ଭୁଲରେ ବି କରନ୍ତୁନାହିଁ କ୍ଲିକ, ନହେଲେ…

ନୂଆଦିଲ୍ଲୀ: ଅନଲାଇନ ଫିଶିଙ୍ଗ ସ୍କାମ କଥା ଆପଣ ହୁଏତ ଅନେକ ସମୟରେ ଶୁଣିଥିବେ । ଗତ କିଛି ବର୍ଷରୁ ଅନଲାଇନ ଠକେଇ ବଢ଼ିଛି, ଫିଶିଙ୍ଗ ମଧ୍ୟ ଏହିପରି ଏକ ଅନଲାଇନ ଠକେଇ । ଅନେକ ସମୟରେ ଦେଖାଯାଇଛି ଯେ ୟୁଜରମାନେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଶେୟାର କରିଦିଅନ୍ତି ଏବଂ ଚୋର ଟଙ୍କା ଲୁଟିନିଅନ୍ତି । ଏବେ ଏହିଭଳି ଏକ ଘଟଣା ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକଙ୍କ ସହ ମଧ୍ୟ ହେଉଛି । ଅନେକ ଏସବିଆଇ ୟୁଜର୍ସଙ୍କୁ ନିଜ ପ୍ୟାନ କାର୍ଡ ନମ୍ବର କୁ ଲିଙ୍କ ସହ ଅପଡେଟ କରିବା ପାଇଁ ମେସେଜ ଆସୁଛି ଯାହା ବ୍ୟାଙ୍କ ମେସେଜ ଭଳି ଦେଖାଯାଉଛି । ପ୍ରକୃତରେ ଏହା ଫିଶିଙ୍ଗ ସ୍କାମ ଅଟେ ।

ବ୍ୟାଙ୍କ ଗ୍ରାହକଙ୍କୁ ଏକ ଏଭଳି ମେସେଜ ଆସୁଛି ଯେଉଁଥିରେ କୁହାଯାଉଛି ଯେ ଯଦି ଦିଆଯାଇଥିବା ଲିଙ୍କରେ ନିଜର ପ୍ୟାନ ନମ୍ବର ଅପଡେଟ ନକରୁଛନ୍ତି ତେବେ ଆପଣଙ୍କ ‘ୟୋନୋ’ ଆକାଉଣ୍ଟ ବ୍ଲକ ହୋଇଯିବ । କିନ୍ତୁ ପ୍ରକୃତରେ ଏହା ଫିଶିଙ୍ଗ ସ୍କାମ ଅଟେ କିନ୍ତୁ ଯଦି ୟୁଜର ଏହି ମେସେଜରେ ଥିବା ଲିଙ୍କରେ ନିଜ ତଥ୍ୟ ଦେଉଛନ୍ତି ତେବେ ଏହା ସିଧା ହ୍ୟାକରଙ୍କ ପାଖରେ ପହଞ୍ଚିଯିବ ଏବଂ ସେ ଆପଣଙ୍କ ସବୁ ତଥ୍ୟର ଦୂରୁପଯୋଗ କରିପାରିବ । ତେଣୁ ଭୁଲରେ ବି ଏହିଭଳି ମେସେଜରେ ଆସୁଥିବା କୌଣସି ଲିଙ୍କରେ କ୍ଲିକ କରନ୍ତୁ ନାହିଁ ଏବଂ ନିଜର କୌଣସି ତଥ୍ୟ ଦିଅନ୍ତୁ ନାହିଁ ।

ଏହାକୁ ନେଇ ବ୍ୟାଙ୍କ ତରଫରୁ ଟ୍ୱିଟ କରି ଗ୍ରାହକଙ୍କୁ ସତର୍କ କରାଯାଇଛି ଏବଂ ମେସେଜ, ଇମେଲ ରେ ଆସୁଥିବା ଏଭଳି କୌଣସି ଲିଙ୍କ କିମ୍ବା କୌଣସି ଫ୍ରଡ୍ କଲର ଉତ୍ତର ନଦେବାକୁ କୁହାଯାଇଛି । ଯଦି ଏଭଳି କିଛି ମେସେଜ କିମ୍ବା କଲ ଆସୁଛି ତେବେ ୧୯୪୦ କିମ୍ବା [email protected] କୁ ଯୋଗାଯୋଗ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.