fbpx

ମୃତ୍ୟୁ ପରେ ମଣିଷ ପୁଣି ଥରେ ଜୀବିତ ହୋଇ ପାରିବ! ମରିବା ପରର ୬ ମିନିଟ୍ ଗୁରୁତ୍ୱପୂର୍ଣ୍ଣ, ଆମେରିକା ଡାକ୍ତରଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲ୍ଲଭ ସୃଷ୍ଟି । ବୃକ୍ଷଲକ୍ଷତା, ପଶୁପକ୍ଷୀ, ସରିସୃପଙ୍କ ଅପେକ୍ଷା ମଣିଷକୁ ସବୁଠାରୁ ଶ୍ରେଷ୍ଠ ଜୀବ ଭାବେ ଗ୍ରହଣ କରାଯାଇଥାଏ । ମୃତ୍ୟୁ ପରେ ମଣିଷ ଦୁନିଆରୁ ମୁକ୍ତ ହୋଇ ଯାଇଥାଏ । ତେବେ ମଣିଷକୁ ନେଇ ଅନେକ ସମୟରେ ବୈଜ୍ଞାନିକମାନେ କିଛି ନୂଆ ତଥ୍ୟ ପ୍ରଦାନ କରିଥାନ୍ତି । ନିକଟରେ ଆମେରିକାର ଜଣେ ଡାକ୍ତରଙ୍କ ରିପୋର୍ଟ ସାରା ବିଶ୍ୱବାସୀଙ୍କୁ ହତବାକ୍ କରିଦେଇଛି । ମୃତ୍ୟୁ ପରେ ମଣିଷ ପୁଣି ଥରେ ଜୀବିତ ହୋଇପାରିବ ବୋଲି ଡାକ୍ତର ରିସର୍ଚ୍ଚରୁ ଜାଣି ପାରିଛନ୍ତି ।

ଡାକ୍ତରଙ୍କ ମୁତାବକ, ଯେତେବେଳେ କୌଣସି ବ୍ୟକ୍ତି ମୃତ୍ୟୁର ନିକଟତର ହୋଇଥାଏ, ସେତେବେଳେ ତା’ର ମୃତ୍ୟୁ ଦୁଇଟି ପର୍ଯ୍ୟାୟରେ ସମ୍ପାଦିତ ହୋଇଥାଏ । ସର୍ବପ୍ରଥମେ ତା’ର ହୃଦୟର ସ୍ପନ୍ଦନ ବନ୍ଦ ହୋଇଯାଇଥାଏ । ଏହାପରେ ଶରୀରରେ ରକ୍ତ ଓ ଅକ୍ସିଜେନର ମାତ୍ରା କମ୍ ହେବାରେ ଲାଗିଥାଏ । ମାତ୍ର ପରବର୍ତ୍ତୀ ଛଅ ମିନିଟ ପର୍ଯ୍ୟନ୍ତ ତା’ର ଚେତନା ଜାଗ୍ରତ ରହିଥାଏ । ତେଣୁ ଏ କ୍ଷେତ୍ରରେ ଏକ ବିଧିର ଉପଯୋଗ କରାଯାଇ ମୃତ ବ୍ୟକ୍ତିକୁ ପୁଣି ଜୀବିତ କରାଯାଇପାରିବ । ଏହି ନୂଆ ବିଧି ଉପରେ ଅଧ୍ୟୟନ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ନ୍ୟୁୟର୍କ ସ୍ଥିତ ଡା. ଜାଚେରୀ ପାଲେସ ।

ଡା. ପାଲେସଙ୍କ ମୁତାବକ, ଜୀବନର ଅନ୍ତିମ ମିନିଟରେ ବିଶେଷ ସାବଧାନ ସହିତ ଅପରେସନ କରାଯିବା ପରେ ଜଣେ ମୃତ ବ୍ୟକ୍ତିଙ୍କ ଜୀବନ ପୁଣି ଥରେ ଫେରିବା ସମ୍ଭବ ହୋଇପାରେ । ମୃତ୍ୟୁର ପାଖାପାଖି ୬ ମିନିଟ ପରେ ମଣିଷ ଜୈବିକ ମୃତ୍ୟୁର ଅବସ୍ଥା ପ୍ରାପ୍ତ କରିଥାଏ । ମଣିଷର ମସ୍ତିଷ୍କର କୋଷିକାଗୁଡ଼ିକ ମରିବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ । ଏହି ଛଅ ମିନିଟ ମଣିଷକୁ ପୁଣି ନୂଆ ଜୀବନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ମୃତ୍ୟୁ ପରେ ତିନି ମିନିଟ ପର୍ଯ୍ୟନ୍ତ ମଣିଷ ଜାଗ୍ରତ ଅନୁଭବ କରିଥାଏ । ଏହି ସମୟରେ ପୁଣି ଥରେ ଜୀବନ ଫେରାଇ ଆଣିବା ପାଇଁ ସବୁ ପ୍ରକାରର ପ୍ରୟାସ କରାଯାଇ ପାରିବ । ତେବେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ବୈଜ୍ଞାନିକମାନେ ମୃତ ବ୍ୟକ୍ତିକୁ ଜୀବିତ କରାଇବା ଉପରେ ଖୁଲାସ କରିସାରିଛନ୍ତି । ମଣିଷ ଯେତେବେଳେ ମୃତ୍ୟୁ ଆଡ଼କୁ ଅଗ୍ରସର ହେଉଥାଏ ସେ ସମୟରେ ତା’ ସହ ବାସ୍ତବରେ କ’ଣ ସବୁ ଘଟୁଛି ସେ ତାହାକୁ ଅନୁଭବ କରିପାରିଥାଏ । ଏହାର ବିସ୍ତୃତ ତଥ୍ୟ ଖୁବଶୀଘ୍ର ଦୁନିଆ ସମ୍ମୁଖକୁ ଆସିବ ବୋଲି ଡା. ପାଲେସ କହିଛନ୍ତି ।

Get real time updates directly on you device, subscribe now.