fbpx

ମଳଦ୍ୱାରରେ ଲୁଚାଇ ନେଇ ଯାଉଥିଲା ୪୨ ଲକ୍ଷ ଟଙ୍କାର ସୁନା; ବିମାନବନ୍ଦରରେ ମାଡି ବସିଲା ପୋଲିସ

ନୂଆଦିଲ୍ଲୀ: ଏକ ବଡ ଧରଣର ସୁନା ଚୋରା ଚାଲାଣକୁ ରୋକିବାରେ ସଫଳ ହୋଇଛନ୍ତି ସିଆଇଏସଏଫ ଅଧିକାରୀ । ନିଜ ମଳଦ୍ୱାରରେ ପ୍ରାୟ ୪୨ ଲକ୍ଷ ଟଙ୍କାର ସୁନା ନେଇ ଫେରାର ହେଉଥିବା ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛନ୍ତି ସିଆଇଏସଏଫ୍ ଅଧିକାରୀ । ଇମ୍ଫାଲ ବିମାନ ବନ୍ଦରରୁ ଦିଲ୍ଲୀ ଯାଉଥିବା ସମୟରେ ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ନିଜ ମଳଦ୍ୱାର ମଧ୍ୟରେ ତରଳ ସୁନାର ୪ଟି ପ୍ୟାକେଟ ଲୁଚେଇ କରି ନେବା ପାଇଁ ଉଦ୍ୟମ କରିଥିଲେ ଏହି ବ୍ୟକ୍ତି ଜଣଙ୍କ । ଏହି ସୁନାର ଓଜନ ପ୍ରାୟ ୯୦୦ ଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।
ବିମାନବନ୍ଦରରେ ଫ୍ରିିସ୍କିଂ ସମୟରେ ସବ ଇନକସପେକ୍ଟର ବି ଦିଲ୍ଲୀ ଏହି ବ୍ୟକ୍ତିଙ୍କ ବ୍ୟବହାର ଦେଖି ସନ୍ଦେହ ପ୍ରକଟ କରିଥିଲେ । ଚେକିଂ ସମୟରେ ପୃଷ୍ଠଭାଗରେ କିଛି ଧାତବ ପଦାର୍ଥ ରହିଥିବା ଜଣା ପଡିଥିଲା । ଏହାପରେ ସ୍କାନିଂରୁ ମଳଦ୍ୱାରରେ ୪ ଟି ପ୍ୟାକେଟରେ ୯୦୦.୬୮ ଗ୍ରାମର ସୁନା ରହିଥିବା ଜଣା ପଡିଥିଲା । ଏହି ବ୍ୟକ୍ତି ଜଣକ କେରଳର ଏବଂ ସୋମବାର ଦିନ ୧.୦୦ରେ ଏୟାର ଇଣ୍ଡିଆ ବିମାନରେ ସେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଥିଲା ।

Get real time updates directly on you device, subscribe now.