fbpx

(Video) ଏ କି ହୀନ ମାନସିକତା! ଚା’ରେ ଛେପ ପକାଇ ତାହାକୁ ଲୋକଙ୍କୁ ବିକ୍ରି କରୁଥିଲେ ଦୋକାନୀ, ଏବେ ଧରାପଡ଼ିଲେ

ନୂଆଦିଲ୍ଲୀ: କିଛି ହୀନ, କ୍ରୂର ମାନସିକତାଧାରୀ ଲୋକଙ୍କ ପାଇଁ ଆଜି ଆମର ସଭ୍ୟ ସମାନ ବଦନାମ ହେଉଛି । ମଣିଷ ଯେ ଏତେ ତଳକୁ ଖସିଯାଇପାରେ ତା’ର ଏକ ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି । ଚା’ରେ ଛେପ ପକାଇ ଲୋକଙ୍କୁ ବିକ୍ରି କରୁଥିବା ବେଳେ କ୍ୟାମେରାରେ ରେକର୍ଡ ହୋଇଛନ୍ତି ଜଣେ ହୀନମାନସିକତାଧାରୀ ଦୋକାନୀଙ୍କ କାରନାମା । ଟୁରିଷ୍ଟ କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ସର୍ବସାଧାରଣ ସ୍ଥାନରୁ ଚା’ ପିଇବା ନେଇ ଏବେ ଲୋକଙ୍କର ଭରସା ତୁଟି ଯାଇଛି ।

ଖବର ମୁତାବକ, ଉତ୍ତରାଖଣ୍ଡର ମସୁରୀରୁ ଆସିଛି ଏଭଳି ଏକ ଖବର । ଜଣେ ଦୋକାନୀ ଏକ ଟି ଷ୍ଟଲରେ ଚା’ରେ ଛେପ ମିଶାଇ ତାହାକୁ ଲୋକଙ୍କୁ ପିଇବାକୁ ଦେଉଥିବାର ପ୍ରମାଣ ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । କେତେ ଭରସାରେ ଲୋକମାନେ ରାସ୍ତାକଡ଼ର ଦୋକାନୀ ଠାରୁ ଚା’ ପିଇଥାନ୍ତି । ମାତ୍ର ଦୋକାନୀ ଯଦି ଏପରି ହରକତ କରିବ, ତେବେ ଏଭଳି ମାନସିକତା ସମ୍ପନ୍ନ ବ୍ୟକ୍ତିଙ୍କୁ କେବଳ ଉପରବାଲା ହିଁ ଦଣ୍ଡ ଦେଇ ପାରିବ । ଏନେଇ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୋଲିସରେ ମାମଲା ଦାୟର ହୋଇଥିବା ବେଳେ ସେମାନେ ଏବେ ଫେରାର ଅଛନ୍ତି । ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ କରୁଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ମସୁରୀକୁ ପାହାଡ଼ର ରାଣୀ କୁହାଯାଉଥିବା ବେଳେ ସେହି ସ୍ଥାନକୁ ପ୍ରତିବର୍ଷ ବହୁସଂଖ୍ୟକ ପର୍ଯ୍ୟଟକ ବୁଲିବାକୁ ଯାଇଥାନ୍ତି । ମାତ୍ର ଜଣେ ବ୍ୟକ୍ତିଙ୍କ ଏଭଳି ଅଜବ ହରକତ ଏବେ ଦେବଭୂମିର ସ୍ୱଚ୍ଛ ଛବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.