fbpx
BSKY
BJD SHG SKY
BJD YOUTH SKY

ଜନ୍ମ ହେଲା କନ୍ୟା ସନ୍ତାନ, ଖୁସିରେ ବାପା କଲେ କିଛି ଏମିତି, ଆଶ୍ଚର୍ଯ୍ୟ ହୋଇଗଲେ ଲୋକ

କୁହାଯାଏ ଝିଅଙ୍କୁ ଅଧିକ ସ୍ନେହ ଦେଇଥାନ୍ତି ପିତା । ଆଉ ବୋଧେ ଏହି କାରଣରୁ ଜଣେ ବ୍ୟକ୍ତି କିଛି ଏମିତି କରିଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଝିଅ ଜନ୍ମ ନେବା ଖୁସିରେ ଉତ୍ସବ ମନାଇବାକୁ ଜଣେ ବାପା ଆପଣାଇଥିଲେ ଏକ ଭିନ୍ନ ଉପାୟ ।

ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ବେତିଆର ଚପରିଆ ଗାଁରେ । ଯେଉଁଠାରେ ଝିଅ ଜନ୍ମ ହେବାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତରେ ଗାଁର ଶେଷନାଥ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱିତୀୟ ଝିଅ ଜନ୍ମ ନେଇଥିଲା । ଆଉ ଏଥିରେ ଖୁସି ହୋଇଯାଇଥିଲେ ଶେଷନାଥ । ଆଉ ଖୁସିରେ  ହସ୍ପିଟାଲ ହେଲ୍ଥ ସେଣ୍ଟରରୁ ଫୁଲ ଏବଂ ବେଲୁନରେ ସଜାଯାଇଥିବା ଏକ କାରରେ ନିଜ ନବଜାତ ଶିଶୁକୁ ଘରକୁ ଆଣିଥିଲେ । ଅବଶ୍ୟ ସେହି କାର ତାଙ୍କ ନିଜର ନଥିଲା, ସେ ସେହି କାରଟିକୁ ସେ ଭଡ଼ାରେ ନେଇଥିଲେ ଏବଂ ଏହାକୁ ସଜାଇ ସେଥିରେ ନବଜାତ ଶିଶୁକୁ ଘରକୁ ଆଣିଥିଲେ ।

ଏନେଇ ଶେଷନାଥ କୁମାର କହିଛନ୍ତି ଯେ ଝାନ୍ସୀ ରାଣୀ ଲକ୍ଷ୍ମୀ ବାଈ ଭଳି ଝିଅ ଜନ୍ମ ନେଇଛି । ସେ ମୋର ଦ୍ୱିତୀୟ ଝିଅ । ଲୋକଙ୍କୁ ଝିଅ ଜନ୍ମ ପ୍ରତି ନିଜର ଭାବନା ବଦଳାଇବା ଦରକାର । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଟି ପଢ଼ାଅ ଏବଂ ବେଟି ବଚାଓ ନାରା ଦେଉଛନ୍ତି । ଲୋକଙ୍କୁ ମଧ୍ୟ ଝିଅଙ୍କ ସମ୍ମାନ ନଜରରେ ଦେଖିବା ଦରକାର ।

Get real time updates directly on you device, subscribe now.