fbpx

ବିଏମ୍‌ସି ନିର୍ବାଚନ କସରତ: ଆଜି ନାମାଙ୍କନ ଦାଖଲର ଅନ୍ତିମ ଦିନ, ଏବେ ବି ଦ୍ବନ୍ଦରେ ଆଶାୟୀ ପ୍ରାର୍ଥୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପୌର ନିର୍ବାଚନ ନାମାଙ୍କନ ଦାଖଲକୁ ଆଉ ମାତ୍ର  ୨୪ ଘଣ୍ଟାରୁ କମ୍ ସମୟ ବାକି ଥିବାବେଳେ ଆଶାୟୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହେଉଛି । ବହୁ ଆଶାୟୀ ନେତା ଓ ବିଧାୟକଙ୍କ ବାସଭବନରେସମର୍ଥକମାନଙ୍କୁ ଧରି ଲବି କରିବା ଦେଖିବାକୁ ମିଳୁଛି । ତେବେ ପ୍ରାର୍ଥୀତ୍ୱ ଚୂଡାନ୍ତ ହୋଇନଥିବାରୁ ବହୁ ଆଶାୟୀ ଆଶଙ୍କାରେ ରହିଛନ୍ତି । ଏ କ୍ଷେତ୍ରରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଦଳୀୟ ସ୍ତରରେ ମାନସମନ୍ଥନ ଜାରି ରହିଛି । ପ୍ରାର୍ଥୀଙ୍କ ଅତୀତର କାର୍ଯ୍ୟକଳାପ, ବିଜୟ ସମ୍ଭାବନା ଇତ୍ୟାଦିକୁ ବିଚାରକୁ ନିଆଯାଇ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.