fbpx
BJD SKY
BJD SKY

ବ୍ରେକଅପ୍ ପରେ ଏତେ ଖୁସି! ୨୩ ବର୍ଷର ସମ୍ପର୍କ ଭାଙ୍ଗିଗଲା, ତା’ ପରେ ସେଲିବ୍ରେଟ ହେଲା ‘Just Divorced’

BJD

ନୂଆଦିଲ୍ଲୀ: ଜୀବନ ଅଛି ମାନେ ପ୍ରେମ ନିଶ୍ଚିତ ଭାବେ ଅଛି । କିଏ ପ୍ରେମରେ ସଫଳ ହୁଏ ତ ଆଉ କିଏ ବିଫଳ ହୋଇ ନିଜର ବା ଅନ୍ୟର ଜୀବନ ନେବାକୁ ପଛାଏ ନାହିଁ । ଯେତେବେଳେ କୌଣସି ପୁରୁଣା ସମ୍ପର୍କ ଅଚାନକ ଭାଙ୍ଗିଯାଏ, ସେତେବେଳେ କେତେ କଷ୍ଟ ହୁଏ, ତାହା ଯିଏ ଅଙ୍ଗେ ନିଭାଇଥିବ ସେ ହିଁ ବର୍ଣ୍ଣନା କରିପାରିବ । ତେବେ ଏହା ମଧ୍ୟରେ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ବର୍ତ୍ତମାନ ସମୟରେ ଏକ ଦମ୍ପତ୍ତିଙ୍କ ନିଆରା ପ୍ରେମ କାହାଣୀକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ନିଜ ପତ୍ନୀଙ୍କ ଠାରୁ ତଲାକ ନେବା ପରେ ଯୁବକ ଜଣଙ୍କର ବେଶ୍ ଖୁସି ମନାଇଥିଲେ । କେବଳ ଏତିକି ନୁହେଁ ତାଙ୍କର ଖୁସିକୁ ସେ ସାରା ସହରବାସୀଙ୍କୁ ଜଣାଇଥିଲେ । ଦକ୍ଷିଣ-ପୂର୍ବ ଇଂଲଣ୍ଡର କେଣ୍ଟ ନାମକ ଏକ ଦେଶରେ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ସହିତ ଏପରି କିଛି ଘଟିଛି । ସାଧାରଣ ଭାବେ ବ୍ରେକଅପ ପରେ ସମସ୍ତେ ହତାଶ ହୋଇଯାଇଥାନ୍ତି । ମାତ୍ର ଏହି ବ୍ୟକ୍ତି ଜଣଙ୍କ ଏ କ୍ଷେତ୍ରରେ ବ୍ୟତିକ୍ରମ ସାଜିଛନ୍ତି ।

ଦୀର୍ଘ ୨୩ ବର୍ଷର ସମ୍ପର୍କ ଭାଙ୍ଗିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଦୁଃଖୀ ହେବା ପରିବର୍ତ୍ତେ ଖୁସି ହୋଇଥିଲେ । ସେଥିପାଇଁ ସେ ନିଜର ଗାଡ଼ିର ପଛପଟେ ‘ଜଷ୍ଟ ଡିଭର୍ସଡ’ ଟ୍ୟାଗ୍ ଲଗାଇ ତାହାକୁ ସାରା ସହରରେ ବୁଲାଇଥିଲେ । ବର୍ତ୍ତମାନ ଏହି ବ୍ୟକ୍ତିଙ୍କର ପାଞ୍ଚଟି ସନ୍ତାନ ରହିଥିବା ବେଳେ ତଲାକ ପରେ ବି ସେ ତାଙ୍କର ସମ୍ପର୍କ ପୂର୍ବ ପତ୍ନୀଙ୍କ ସହିତ କାଏମ୍ ରହିବ । ସେମାନେ ଦୁହେଁ ଏବେ ବନ୍ଧୁ ହୋଇ ରହିବେ । ତଲାକ ପରେ ବି ମଣିଷ ଖୁସିରେ ରହିପାରିବ ବୋଲି ସେ ଗାଡ଼ିରେ ଏହି ଟ୍ୟାଗ୍ ଲଗାଇ ସାରା ଦୁନିଆକୁ ଜଣାଇବାକୁ ଚାହିଁଥିଲେ ।

Get real time updates directly on you device, subscribe now.