fbpx
BJD SKY
BJD SKY

(Video) ମୋବାଇଲ ଟାୱାର ଉପରକୁ ଚଢ଼ିଗଲେ ଯୁବକ: ୯ ଘଣ୍ଟା ଧରି ନାକେଦମ ହେଲା ପୋଲିସ୍

BJD

୪୦ ଫୁଟ ମୋବାଇଲ ଟାୱାର ଉପରେ ଚଢ଼ି ବସିଛନ୍ତି । ଆଉ ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି ଯୁବକ । ଆଉ ଯୁବକଙ୍କ ଏଭଳି ହରକତ ଦେଖି ତଳେ ରୁଣ୍ଡ ହୋଇଛନ୍ତି ଅନେକ ଲୋକ । ଯୁବକଙ୍କୁ କିଭଳି ଉଦ୍ଧାର କରାଯିବ ସେନେଇ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍କି ରାମଚନ୍ଦ୍ରପୁରରେ ।

ଯୁବକ ଜଣଙ୍କ ହେଲେ ରାମଚନ୍ଦ୍ରପୁର ଡମପଡ଼ାର ମଳୟ ଗୋଚ୍ଛି। ସେ ଜଣେ ସେନାର ପୂର୍ବତନ କର୍ମଚାରୀ । ସେପଟେ କିନ୍ତୁ ମଳୟଙ୍କୁ ଉଦ୍ଧାର କରିବା ଲାଗି ଟାୱାର ତଳେ ଅଗ୍ନିଶମ ବାହିନୀ ଓ ପୁଲିସ୍ ଉପସ୍ଥିତ ଅଛନ୍ତି। ହେଲେ ଯୁବକଙ୍କର ଗୋଟିଏ ଯିଦ ମୋ ପାଖକୁ ଆସିଲେ ମୁଁ ଆତ୍ମହତ୍ୟା କରିବି । ଅନ୍ୟପଟେ ଯୁବକ ଜଣଙ୍କ ମାନସିକ ଭାରସାମ୍ୟ ହରାଇଥିବା ଲୋକେ କହୁଛନ୍ତି । ତେବେ ଯୁବକଙ୍କ କାହିଁକି ଏଭଳି ପାଗଳାମି । ଘଟଣାର ରହସ୍ୟ କଣ ସେନେଇ ଚାଲିଲା ଆଲୋଚନା ।

ସୂଚନାନୁସାରେ, ବୁଧବାର ସକାଳେ ଡମପଡା ମଦନମୋହନ ଛକରେ ଥିବା ଏକ ଟାୱାର ଉପରେ ଜଣେ ଯୁବକ ଚଢ଼ି ବସିଥିବାର ଦେଖିବାକୁ ପାଇଥିଲେ ଲୋକେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଲିସ ଓ ସ୍ଥାନୀୟ ଲୋକେ ଅଜୟଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲେ ସୁଦ୍ଧା କାହାରି କଥାକୁ ସେ ଶୁଣୁନଥିଲେ । ବରଂ ଇଂରାଜୀ ଭାଷାରେ ଲେଖାଯାଇଥିବା ଏକ ଚିଠି ସେ ତଳକୁ ଫିଙ୍ଗିଥିଲେ । ଚିଠିରେ ପ୍ରଧାନମନ୍ତ୍ରୀଙ୍କ ଠିକଣାରେ ୩୦ ମିନିଟର ପ୍ରେସ୍କନଫେରେନ୍ସି କରିବାକୁ ଲେଖାଯାଇଛି ।  ଏପରିକି ଏନେଇ ସେ ବିଭିନ୍ନ ସମୟରେ ପ୍ରେସ୍ କନ୍ଫରେନ୍ସ କରିବା ପାଇଁ ଅନୁରୋଧ କରିଥିଲେ ବି କେହି ଶୁଣୁନଥିବା ଦର୍ଶାଯାଇଛି । ଆହୁରି ମଧ୍ୟ ଚିଠିରେ ଦେଶ ତଥା ରାଜ୍ୟ ବିଭିନ୍ନ ସମସ୍ୟା ଉପରେ ଲେଖାଯାଇଛି । ଏପରିକି ବେକାରି ଦରିଦ୍ରଙ୍କ କଥା ଉଠାଇ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଥିଲା । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଯୁବକ ଜଣକ ତଳକୁ ଓହ୍ଲାଇ ଆସିଥିବା ଜଣାପଡିଛି । ଦେଖନ୍ତୁ ଭିଡିଓ…

 

 

 

Get real time updates directly on you device, subscribe now.