fbpx

ମନ୍ଦିରରେ ପହଞ୍ଚି ଜିଭ କାଟିଦେଲେ ବ୍ୟକ୍ତି, ଭକ୍ତି ନା ରହିଛି ଅନ୍ୟ କିଛି କାରଣ ?

ନୂଆଦିଲ୍ଲୀ: ଚମ୍ବଲ କ୍ଷେତ୍ରରେ ଥିବା ପ୍ରସିଦ୍ଧ ମାତା ବସୈୟା ମନ୍ଦିରରେ ଆଜି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ଭକ୍ତ ନିଜ ଜିଭ କାଟି ମା’ଙ୍କ ଦରବାରରେ ଚଢାଇଛନ୍ତି । ସକାଳେ ମା’ଙ୍କ ଦର୍ଶନ ଲାଗି ଆସିଥିବା ଅନ୍ୟ ଭକ୍ତମାନେ ତାଙ୍କୁ ବେହୋସ ଅବସ୍ଥାରେ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଜିଲ୍ଲା ହସ୍ପିଟାଲ ପଠାଇ ଦେଇଛି । ତେବେ ଯୁବକ ଜଣକ ମାତାଙ୍କ ଭକ୍ତିରେ ପ୍ରେରିତ ହୋଇ ଏପରି କରିଛନ୍ତି କି ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

ମାତା ବସୈୟା ଥାନା କ୍ଷେତ୍ରରେ ମା’ କାଳୀଙ୍କର ଏକ ପ୍ରାଚୀନ ମନ୍ଦିର ରହିଛି । ଆଜି ସକାଳେ ତିୱାରୀପୁର ନିବାସୀ ସତୀଶ ନିଜ ପୁଅ ମେହତାବ ସିଂ ଜାଟବଙ୍କ ସହିତ ମାତା ବସୈୟା ମନ୍ଦିିର ଯାଉଛନ୍ତି କହି ଘରୁ ବାହାରିଥିଲେ । ତେବେ ବାଟରେ ଜାଟବ ନିଜ ପିତାଙ୍କୁ କହିଥିଲେ ଯେ, ସେ ମାତାଙ୍କ ଦରବାରରେ ନିଜ ଜିଭ କାଟି ଚଢାଇବେ । କିନ୍ତୁ ତାଙ୍କ ପିତା ଏହି କଥା ଉପରେ ଧ୍ୟାନ ଦେଇ ନ ଥିଲେ ।

ଘଟଣାରେ ପୋଲିସ କହିଛି ଯେହେତୁ ସଂପୃକ୍ତ ବ୍ୟକ୍ତିର ଚିକିତ୍ସା ଚାଲିଛି ଓ ସେ ଏବେ କିଛି କହିବା ଅବସ୍ଥାରେ ନାହାନ୍ତି ତେଣୁ ଏହା ପଛରେ କ’ଣ କାରଣ ରହିଛି ଜଣାପଡି ନାହିଁ । ଘଟଣାର ଯାଞ୍ଚ ଚାଲିଛି ଖୁବ୍ ଶୀଘ୍ର କାରଣ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.