fbpx

କ୍ରିକେଟ ଖେଳିବା ସମୟରେ ଆସିଲା ହାର୍ଟ-ଆଟାକ: ପଡିଆ ଭିତରେ ହୋଇଗଲା ମୃତ୍ୟୁ

ରାଜକୋଟ: କ୍ରିକେଟ ମ୍ୟାଚ ଖେଳୁ ଖେଳୁ ହଠାତ ଆସିଲା ମୃତ୍ୟୁ । ଅସୁସ୍ଥ ହୋଇଯିବାରୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରେସ କୋର୍ସ କ୍ରିକେଟ ଷ୍ଟାଡିୟମରେ । ହାର୍ଟ ଆଟାକ ଯୋଗୁଁ ପୁଣି ଜଣେ ଖେଳାଳିଙ୍କର ମୃତ୍ୟୁ ହୋଇଥିବା ନେଇ ଜାଣିବାକୁ ମିଳିଛି । ତେବେ ଗତ ୪୫ ଦିନ ଭିତରେ ଏହା ଦଶମ ଘଟଣା ଭାବେ ରେକର୍ଡ ହୋଇଛି । ତେବେ ଏମାନଙ୍କ ଭିତରୁ ୮ ଜଣ ଖେଳୁଥିବା ସମୟରେ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ଗୁଜୁରାଟର ୪୫ ବର୍ଷୀୟ ମୟୁର ମକୱାଣା ରାଜକୋଟର ରେକସ କୋର୍ସ ଷ୍ଟାଡିୟମରେ କ୍ରିକେଟ ଖେଳୁଥିଲେ । କିନ୍ତୁ ଏହି ମଇଦାନରେ ତାଙ୍କୁ ଜଗି ବସିଥିଲା ମୃତ୍ୟୁ । ଫିଲ୍ଡିଙ୍ଗ ସମୟରେ ମୟୁରଙ୍କୁ ଅଚାନକ ହାର୍ଟ ଆଟାକ ଆସିଥିଲା ଏବଂ ସେ ପଡିଆରେ ପଡିଯାଇଥିଲେ । ତେବେ ସାଙ୍ଗମାନେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେଇଯାଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏ ନେଇ ପରିବାର ଲୋକେ କହିଛନ୍ତି ଯେ, ସକାଳେ ମୟୁର କ୍ରିକେଟ ଖେଳିବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ମୟୁରଙ୍କୁ ସିଭିଲ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଚିକିତ୍ସା ପୂର୍ବରୁ ଡାକ୍ତର ପରୀକ୍ଷା କରିବାରୁ ମୟୁରଙ୍କୁ ମୃତ ଘୋଷଣା କରିଛନ୍ତି ।

ସେପଟେ ଦେଶର ବିଭିନ୍ନ ସ୍ଥାନରେ ହୃଦଘାତ ଯୋଗୁଁ ଯୁବକମାନଭ୍କର ମୃତ୍ୟୁ ହେଉଥିବା ଖବର ସାମନାକୁ ଆସୁଛି । ମାତ୍ର ଦେଢ ମାସ ଭିତରେ ଦଶମ ବ୍ୟକ୍ତି ଭାବେ ହୃଦଘାତରେ ପ୍ରାଣ ହରାଇଛନ୍ତି ମୟୁର । ତେବେ କ୍ରିକେଟ ଖେଳିବା ସମୟରେ ହୃଦଘାତ ଏବଂ ମୃତ୍ୟୁ ମାମଲାରେ ଏହା ହେଉଛି ଦେଶର ଅଷ୍ଟମ ଘଟଣା । ଯାହା ବର୍ତ୍ତମାନ ସବୁଆଡେ ଚିନ୍ତାର ବିଷୟ ପାଲଟିଛି ।

Get real time updates directly on you device, subscribe now.