fbpx

ବ୍ଲଡ୍ ଗ୍ରୁପ୍‌ରୁ ଜଣାପଡ଼ିବ ୬୦ ବର୍ଷ ବୟସ ପୂର୍ବରୁ କେଉଁ ବ୍ୟକ୍ତିଙ୍କଠାରେ ହୃଦ୍‌ଘାତ ଆଶଙ୍କା କେତେ ? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

Advertisement

୬୦ ବର୍ଷ ବୟସ ପୂର୍ବରୁ କେଉଁ ବ୍ୟକ୍ତିଙ୍କଠାରେ ହୃଦ୍‌ଘାତ ଆଶଙ୍କା କେତେ ତାହା ବ୍ଲଡ୍ ଗ୍ରୁପ୍‌ରୁ ଜଣାପଡ଼ିବ। ଆମେରିକାର ମାରିଲାଣ୍ଡସ୍ ସ୍କୁଲ ଅଫ୍ ମେଡିସିନ୍ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। କମ୍ ବୟସ ବର୍ଗଙ୍କ କ୍ଷେତ୍ରରେ ହୃଦ୍‌ଘାତ ସମସ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖ୍ ଏହି ଅନୁସନ୍ଧାନ କରାଯାଇଥିଲା। ଦୁଇ ପ୍ରକାର ବ୍ୟକ୍ତି ବିଶେଷଙ୍କ ବ୍ଲଡ୍ ଗ୍ରୁପ୍‌କୁ ନେଇ ବିଶେଷଜ୍ଞମାନେ ଏହି ଷ୍ଟଡି କରିଛନ୍ତି। ଯୁବଗୋଷ୍ଠୀ ଯେଉଁମାନଙ୍କଠାରେ ହୃଦ୍‌ଘାତ ସମସ୍ୟା ଦେଖାଦେଇଛି ଏବଂ ବୟସ୍କ ବର୍ଗ ଯେଉଁମାନେ ଆଦୌ ଏହି ସମସ୍ୟା ଅନୁଭବ ନାହାନ୍ତି। ଅଧ୍ୟୟନ ରିପୋର୍ଟ ମୁତାବକ ‘ଏ’ ବ୍ଲଡ୍‌ଗ୍ରୁପ୍ ଧାରୀ ବକ୍ତିମାନଙ୍କ କ୍ଷେତ୍ରରେ ୬୦ ବର୍ଷ ପୂର୍ବରୁ ହୃଦ୍‌ଘାତ ଜନିତ ସମସ୍ୟା ଦେଖାଯିବାକୁ ଥିବାବେଳେ ଯେଉଁମାନଙ୍କ ବ୍ଲଡ୍‌ଗ୍ରୁପ୍ ‘ଓ’ ସେମାନଙ୍କଠାରେ ହୃଦ୍‌ଘାତ ଆଶଙ୍କା କମ୍।

ନ୍ୟୁରୋଲୋଜି ଜର୍ନାଲରେ ପ୍ରକାଶିତ ଏହି ଷ୍ଟଡି ରିପୋର୍ଟ ଅନୁସାରେ ହୃଦ୍‌ଘାତ ସଂକ୍ରାନ୍ତରେ ବିଶେଷଜ୍ଞଙ୍କ ଦ୍ବାରା ମୋଟ ୪୮ଟି ଅନୁସନ୍ଧାନ ହୋଇଛି। ୧୭ ହଜାର ହୃଦ୍‌ଘାତ ଦ୍ଵାରା ଆକ୍ରାନ୍ତଙ୍କ ସହ ୬ ଲକ୍ଷ ସୁସ୍ଥ ବ୍ୟକ୍ତିଙ୍କୁ ନେଇ ଏହି ଷ୍ଟଡି କରାଯାଇଛି। କ୍ରୋମୋଜୋମ୍‌ରେ ଥିବା ଜିନ୍‌ରୁ ବ୍ୟକ୍ତିଙ୍କ କେଉଁ ବ୍ଲଡ୍‌ଗ୍ରୁପ୍ ତାହା ଜଣାପଡ଼ିଥାଏ। ସମସ୍ତ ବ୍ଲଡ୍ ଗ୍ରୁପ୍ ମଧ୍ୟରୁ ‘ ଏ ’ ବ୍ଲଡ୍ ଗ୍ରୁପ୍ ଥ୍ବା ବ୍ୟକ୍ତିବିଶେଷକଙ୍କ କ୍ଷେତ୍ରରେ ହୃଦ୍‌ଘାତ ହେବାର ଆଶଙ୍କା ୧୬ % ଅଧିକ ରହିଥାଏ ସେହିପରି ‘ଓ’ ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କଠାରେ ଏହି ଆଶଙ୍କା ୧୨ % କମ୍ ଥାଏ।

କାନାଡ଼ିଆନ୍ ବ୍ଲଡ୍‌ ସର୍ଭିସ୍‌ ଅନୁସାରେ ୩୯ % କାନାଡାବସୀଙ୍କ ବ୍ଲଡ୍‌ଗ୍ରୁପ୍ ‘ଓ’ ପଜିଟିଭ୍ ହୋଇଥିବାବେଳେ ୩୬ % ଲୋକଙ୍କର ‘ଏ’ ପଜିଟିଭ ବ୍ଲଡ୍ ଗ୍ରୁପ୍। ଏ ବ୍ଲଡ୍ ଗ୍ରୁପ୍ ବ୍ୟକ୍ତିଙ୍କଠାରେ କେଉଁ କାରଣରୁ ହୃଦ୍‌ଘାତ ସମସ୍ୟା ଅଧିକ ତାହା ଜଣାପଡ଼ି ନଥିବା ଅଧ୍ୟୟନର କୋ– ଅଥର ଷ୍ଟିଭେନ୍ ଜେ.କିଟ୍ଟନର କହିଛନ୍ତି। ଅଧ୍ୟୟନ ମୁତାବକ ‘ପୋଲିପିଲ୍ଲ’ ଔଷଧ ସେବନ ଦ୍ବାରା ରକ୍ତ ଚାପ ନିୟନ୍ତ୍ରଣ ହୁଏ। ସେହିପରି କମ୍ ସମୟ ଶୋଇବା ଦ୍ବାରା ହୃଦ୍‌ଘାତ ଜନିତ ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ରହିଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

Get real time updates directly on you device, subscribe now.