fbpx
BJD SKY
BJD SKY

ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଦୁଃଖଦାୟକ: ଓଡ଼ଶ କାମୁଡ଼ାରେ ମଣିଷର ମୃତ୍ୟୁ

BJD

ନୂଆଦିଲ୍ଲୀ: ବେଳେବେଳେ ମଣିଷ ବହୁ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଉଥିବା ବେଳେ ଅନେକ ସମୟରେ ଏକ ସାଧାରଣ ଘଟଣାରେ ମୃତ୍ୟୁବରଣ କରିଥାଏ । କିଏ ୧୦ ମହଲା ଛାତରୁ ଖସି ଜୀବିତ ରହୁଛି ତ ଆଉ କିଏ ଘରର ପାହାଚ, ଚଟାଣରେ ପଡ଼ି ଅକାଳରେ ମୃତ୍ୟୁବରଣ କରୁଛି । ତେବେ ନିକଟରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଆଉ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଘରମାନଙ୍କରେ ଦେଖାଯାଉଥିବା ଓଡ଼ଶ କାମୁଡ଼ାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ।

ସୂଚନା ମୁତାବକ, ଆମେରିକାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦାୟ ଘଟଣା ଦେଖିବାକୁ ମିଳିଛି । ବନ୍ଦୀ ଜୀବନ ବିତାଉଥିବା ଜଣେ କଏଦୀ ଓଡ଼ଶ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି । ଗତ ବର୍ଷ ଜୁନ ମାସ ୧୨ ତାରିଖରେ ଉକ୍ତ ବ୍ୟକ୍ତି ଜଣଙ୍କ ଏକ ମାମଲାରେ ପୋଲିସ ଦ୍ୱାରା ଗିରଫ ହୋଇଥିଲେ । ଏହି ୩୫ ବର୍ଷୀୟ ଯୁବକ ଆଟଲାଣ୍ଟା ଜେଲରେ ରହିଥିଲେ । ତାଙ୍କର ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ ମାନସିକ ରୋଗୀଙ୍କ ଶାଖାରେ ରଖାଯାଇଥିଲା ।

ତେବେ ଉକ୍ତ କଏଦୀଙ୍କୁ ଜେଲରେ ଯେଉଁ ସେଲରେ ରଖାଯାଇଥିଲା, ଉକ୍ତ ପ୍ରକୋଷ୍ଠଟି ରହିବା ଯୋଗ୍ୟ ନଥିଲା ବୋଲି ଅଭିଯୋଗ ଆଣିଥିଲେ ତାଙ୍କର ପରିବାରବର୍ଗ । ଜେଲରେ ରଖାଯିବାର ତିନିମାସ ପରେ ଉକ୍ତ କଏଦୀଙ୍କ ମୃତଦେହ ମିଳିଥିଲା । ଜେଲର ଅପରିଷ୍କାର ପରିବେଶ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପରିବାରବର୍ଗ ଅଭିଯୋଗ ଆଣିଥିଲେ । ତେବେ ପରବର୍ତ୍ତୀ ସମୟରେ ଉକ୍ତ କଏଦୀଙ୍କ ମେଡିକାଲ ଟେଷ୍ଟ କରାଯାଇଥିଲା । ତାଙ୍କ ଶରୀରେ କୌଣସି କ୍ଷତ ଦେଖିବାକୁ ମିଳିନଥିଲା । ମାତ୍ର ଓଡ଼ଶ ଓ ଅନ୍ୟ କୀଟ ତାଙ୍କ ଶରୀରକୁ ଖାଇ ଯାଇଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.