fbpx
BSKY SKY
BSKY SKY

ଅତୃପ୍ତ ଆତ୍ମା ଦେଲା ଟଙ୍କା: ଏମିତି ଅଜବ ଦାବି କରୁଛନ୍ତି ଜଣେ ଯୁବକ, ଜାଣନ୍ତୁ ସତ୍ୟତା

BSKY

ବିହାର: ଭୂତ-ପ୍ରେତ କିମ୍ବା ଆତ୍ମା କଥା ଶୁଣିବା ମାତ୍ରେ ମନରେ ଏକ ଭୟ ଏବଂ ଛାତି ଥରା କାହାଣୀର ଚିତ୍ର ନଜରକୁ ମାଡି ଆସେ । କିନ୍ତୁ କେବେ ଭାବିଛନ୍ତି କି ଏହି ଭୂତପ୍ରେତ କେବଳ ଭୟ ନୁହେଁ ଟଙ୍କା ବି ଦେଇପାରନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ବିହାରର ଜଣେ ଯୁବକ ଏହି କଥାକୁ ନେଇ ଦାବି କରୁଥିବା ଦେଖିବାକୁ ମିଳିଛି । ସେ କୁହନ୍ତି ଯେ, ଭୂତପ୍ରେତଙ୍କ ପାଇଁ ଆଜି ସେ ହଜାର ହଜାର ଟଙ୍କା ପାଇବା ସହ ଖ୍ୟାତି ଏବଂ ପ୍ରତିଷ୍ଠା ମଧ୍ୟ ପାଇ ପାରିଛନ୍ତି ।

ବିହାରର ଏକ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି ଅମିତ ପାଣ୍ଡେ । ପରିବାର ଲୋକଙ୍କ ଆଶା ଥିଲା ପୁଅ ସରକାରୀ ଚାକିରି କରିବ । କିନ୍ତୁ ବିଧାତା କିଛି ଅଲଗା ଲେଖିଥିଲା ଅମିତଙ୍କ ଭାଗ୍ୟରେ । ବନ୍ଧୁଙ୍କୁ ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରି ରୋଜଗାର କରୁଥିବାର ଦେଖି ସେ ମଧ୍ୟ ନିଜ ଚାନେଲ ଆରମ୍ଭ କରିଦେଲେ । ଭୟାନକ ଜଙ୍ଗଲ, ମଶାଣି ଏବଂ ଶୂନଶାନ ସ୍ଥାନ, ଖାଲି ପଡିଥିବା ବଙ୍ଗଳା ଭଳି ଏକାନ୍ତ ସ୍ଥାନକୁ ଯାଇ ସେ ଭିଡିଓ କରୁଥିଲେ । ଏହି ଭିଡିଓକୁ ୟୁଟ୍ୟୁବରେ ଅପଲୋଡ କରି ନିଜ ରୋଜଗାରର ବାଟ ପାଇଥିଲେ ଅମିତ । ବିଳମ୍ବିତ ରାତିରେ ଏଠାରେ ଶୁଟିଙ୍ଗ କରି ସେ ଅପଲୋଡ କରିବାରୁ ଖୁବଶୀଘ୍ର ତାଙ୍କ ୟୁଟ୍ୟୁବ ଚାନେଲ ମନିଟାଇଜ ହୋଇଥିଲା । ଏହାପରେ ଅମିତଙ୍କ ପାଇଁ ଖୋଲିଥିଲା ରୋଜଗାରର ପନ୍ଥା । ତେବେ ଅମିତଙ୍କର ପ୍ରଥମ ରୋଜଗାର ଥିଲା ୨୫,୦୦୦ ଟଙ୍କା, ଯାହାକୁ ପାଇ ସେ ବହୁତ ଖୁସି ହୋଇଯାଇଥିଲେ ଏବଂ ଏହି ଟଙ୍କାରେ ସେ ଏକ କ୍ୟାମେରା କିଣିଥିବା କହିଛନ୍ତି ଅମିତ ।

ଅନେକ ପରିଶ୍ରମ ଏବଂ ପରୀକ୍ଷା ଦେବା ପରେ ମଧ୍ୟ ସରକାରୀ ଚାକିରି ଖଣ୍ଡେ ପାଇଲେ ନାହିଁ ଅମିତ । ତେଣୁ ସିଲଭର ସ୍କ୍ରିନର ଆଶା ନେଇ ମୁମ୍ବାଇ ଚାଲି ଆସିଲେ । ମାୟାନଗରୀରେ ପହଞ୍ଚିବା ପରେ ତାଙ୍କ ପାଖରେ ମାତ୍ର ୧୩୦୦ ଟଙ୍କା ଥିଲା । ଅନେକ ଥର ଅଡିସନ ଦେବା ପରେ ଏକ ଜୁନିୟର ଆର୍ଟଷ୍ଟ ଭାବେ ତାଙ୍କୁ କାମ ମିଳିଥିଲା । କିନ୍ତୁ ପରିବାର ଲୋକଙ୍କ ଦୁଃଖକଷ୍ଟ ତାଙ୍କୁ ପୁଣିଥରେ ଘରକୁ ଫେରାଇ ଆଣିଲା । ଏଭଳି ଗୋଟିଏ ପରେ ଗୋଟିଏ ଭୟାନକ ଜାଗାରେ ଭିଡିଓ କରିବା ସହ ବର୍ତ୍ତମାନ ଭୂତପ୍ରେତ ଏବଂ ଅତୃପ୍ତ ଆତ୍ମା ରହୁଥିବା ସ୍ଥାନ ପାଲଟିଛି ଅମିତଙ୍କ ଅଫିସ ।

Get real time updates directly on you device, subscribe now.