fbpx

ମାସକୁ ଗୋଟେ କୋଟି…. ସୌଖିନୀ ଗାଡି–ବଙ୍ଗଳା ସବୁ ଅଛି, ମାତ୍ର ୧୧ ବର୍ଷ ବୟସରେ ନେବେ ଅବସର, ଜାଣନ୍ତୁ କାହିଁକି

ଭୁବନେଶ୍ୱର : ସାଧାରଣତଃ କର୍ମଚାରୀମାନେ ଅବସର ନେବା ପର୍ଯ୍ୟନ୍ତ ସେତିକି ରୋଜଗାର କରିପାରନ୍ତି ନାହିଁ, ଯେତିକ ସେମାନେ ଚାହାଁନ୍ତି । କିଛି ଲୋକ ରିଟାୟରମେଣ୍ଟ ବା ଅବସର ପରେ ମଧ୍ୟ ଅନ୍ୟଠାରେ ହେଉ ଅବା ପୁରୁଣା ଚାକିରିକୁ ଆହୁରି ବଢାଇବାକୁ ଚାହାଁନ୍ତି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୧୧ ବର୍ଷର ଜଣେ ଝିଅ ସେ ଅବସର ନେବାକୁ ଚାହାଁନ୍ତି । କାରଣ ତାଙ୍କ ପାଖରେ ଅବଶ୍ୟକ ଅନୁଯାୟୀ ସମସ୍ତ ପ୍ରକାୟରର ସୌଖୀନ ସାମଗ୍ରୀ ରହିଛି । ଏହଚ ସବୁ ସାମଗ୍ରୀ ତାଙ୍କ ଅଭିଭାବକ ତାଙ୍କୁ ଦେଇନାହାନ୍ତି ବରଂ ସେ ନିଜ ରୋଜଗାର ରେ ଏହି ସମସ୍ତ ସୌଖୀନ ସମଗ୍ରୀ କିଣିପାରିଛନ୍ତି । କିନ୍ତୁ ଏବେ ସେ ଅବସର ନେବାକୁ ଚାହାନ୍ତି । ହେଲେ କ’ଣ ପାଇଁ … ଏହା ପଛର କାରଣ କ’ଣ ?

ଆମେ ଯାହା ବିଷୟରେ କଥା ହେଉଛୁ ସେ ଝିଅ ଟି ହେଉଛନ୍ତି ଅଷ୍ଟ୍ରେଲିୟାର ପିକ୍ସି କର୍ଟିସ୍ । ବୟସ ମାତ୍ର ୧୧ ବର୍ଷ । ଯେଉଁ ବୟସରେ ପିଲାମାନେ ସ୍କୁଲରେ ପଢନ୍ତି, ସେହି ବୟସରେ ସେ ଉଦ୍ୟୋଗପତି ବନିସାରିଛନ୍ତି । ପ୍ରକୃତରେ ସେ ହେଉଛନ୍ତି, ଅଷ୍ଟ୍ରେଲିୟାର ଜଣାଶୁଣା ଲୋକ ସମ୍ପର୍କ ଅଧିକାରୀ ଗୁରୁ ରକ୍ସି ଜ୍ୟାକନୋ ଙ୍କ ଝିଅ । ବହୁତ କମ୍ ବୟସରେ ସେ ବାପାଙ୍କ ବ୍ୟବସାୟରେ ସାହଯ୍ୟ କରୁଥିଲେ । ପରେ କିଛି ଦିନ ମଧ୍ୟରେ ସେ ଅନଲାଇନ୍ ବିଜେନେସ୍ ଆରମ୍ଭ କଲେ । ପୁରୁଣା ବ୍ୟବସାୟରୁ ମଧ୍ୟ ତାଙ୍କର ଭଲ ଦି ପଇସା ରୋଜଗାର ହେଉଥିଲା । ମାତ୍ର ୩ ବର୍ଷ ମଧ୍ୟରେ ଟେଡି ବିୟର ବଜାରକୁ ସେ ଏକ ପ୍ରକାର ନିଜ ଆୟତକୁ ନେଇ ଆସିଥିଲେ । ଏହି ବିଜନେସରେ ସେ ମାସକୁ ପ୍ରାୟ ଏକ ଲକ୍ଷ ପାଉଣ୍ଡ ଅର୍ଥାତ୍ ଏକ କୋଟି ରୋଜଗାର କରନ୍ତି । କେବଳ ସେତିକି ନୁହେଁ ସେ ଅନ୍ୟ କମ୍ପାନୀ ଖେଳନାର ମଧ୍ୟ ପ୍ରମୋଟ କରୁଛନ୍ତି । ସେଥିରୁ ମଧ୍ୟ ସେ ଭଲ ଦୁଇ ପଇସା ରୋଜଗାର କରିଦେଉଥିଲେ ।

 

View this post on Instagram

 

A post shared by ROXY JACENKO (@roxyjacenko)

କିନ୍ତୁ ଏବେ ପ୍ରଶ୍ନ ଉଠୁଛି ସେ ଅବସର ନେବେ କାହିଁକି ?
ନ୍ୟୁୟର୍କ ପୋଷ୍ଟ ରିିପୋର୍ଟ ଅନୁଯାୟୀ, ୧୧ ବର୍ଷ ବୟସରେ ଝିଅଟି ଏତେ ଟଙ୍କା କମାଇ ସାରିଲାନି ଯେ, ତାକୁ ଏବେ ଅବସର ଦରକାର । କାରଣ ବ୍ୟବସାୟ ଯୋଗୁଁ ଝିଅ ଟିର ପାଠପଢାରେ କ୍ଷତି ପହଞ୍ଚୁଛି । ତେଣୁ ସେ ବ୍ୟବସାୟରୁ ଅବସର ନେଇ ପାଠପଢାରେ ଧ୍ୟାନ ଦେବେ ବୋଲି ତାଙ୍କ ମା’ କହିଛନ୍ତି । ତାଙ୍କ ମା’ କହିଛନ୍ତି ଯେ, ପୂର୍ବ ଭଳି ବିଜନେସ୍ ଚାଲିବ କିନ୍ତୁ ପିକ୍ସି ଉପରେ ବ୍ୟବସାୟର ଚାପ ନପଡୁ । ରୋଜଗାର ପାଇଁ ପୁରା ଜୀବନ ପଡିଛି କିନ୍ତୁ ଏବେ ବିଜନେସରୁ ବ୍ରେକ୍ ନେବା ସମୟ ଆସିଛି ।

Get real time updates directly on you device, subscribe now.