fbpx

ଅଧିନାୟକ ଅସୁସ୍ଥ, ବାଦ ପଡିଲେ ଷ୍ଟାର ଖେଳାଳି; ବିଶ୍ୱକପ ସେମି ପୂର୍ବରୁ ଭାରତକୁ ଡବଲ ଝଟକା

ନୂଆଦିଲ୍ଲୀ: ମହିଳା ବିଶ୍ୱକପ ସେମି ଫାଇନାଲ ମ୍ୟାଚରେ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ କଡା ଟକ୍କର । ଫାଇନାଲ ଟିକେଟ ପାଇଁ ଲଢିବେ ଟୁର୍ଣ୍ଣାମେଣ୍ଟର ଦୁଇ ମଜବୁତ ଦଳ । ତେବେ ଅଷ୍ଟ୍ରେଲିଆକୁ ସାମନା କରିବା ପୂର୍ବରୁ ଭାରତୀୟ ଟିମକୁ ଲାଗିଛି ଲଗାତାର ଦୁଇଟି ଶକ୍ତ ଝଟକା । ଟିମ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର ଅସୁସ୍ଥ ହୋଇପଡିଥିବା ବେଳେ ଷ୍ଟାର ବୋଲର ଆହତ ହୋଇ ଦଳରୁ ବାଦ ପଡିଛନ୍ତି ।

ଟିମ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର ଅସୁସ୍ଥ ହୋଇ ପଡିଥିବା ନେଇ ସୂଚନା ମିଳିଛି । ତେଣୁ ଆଜିର ସେମି ଫାଇନାଲ ମ୍ୟାଚରେ ତାଙ୍କର ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ସେହିପରି ଷ୍ଟାର ବୋଲର ପୂଜା ବସ୍ତ୍ରକାର ମଧ୍ୟ ଦଳରୁ ବାଦ ପଡିବା ନେଇ ସନ୍ଦେହ ଦେଖା ଦେଇଛି । ସେମି ଫାଇନାଲ ପୂର୍ବରୁ ଉଭୟ ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ କେପଟାଉନର ଏକ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସନ୍ଧ୍ୟାରେ ଉଭୟଙ୍କୁ ଡିସଚାର୍ଜ କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

ଯଦି ଏହି ମ୍ୟାଚରେ ହରମନପ୍ରୀତ ବାଦ ପଡନ୍ତି ତେବେ ସ୍ମୃତି ମନ୍ଧାନା ଦଳର ନେତୃତ୍ୱ ନେବେ ଏବଂ କୌରଙ୍କ ସ୍ଥାନରେ ଦଳରେ ଏଣ୍ଟ୍ରି ମାରିବେ ହରଲୀନ ଦେଓଲ । ଅନ୍ୟ ପକ୍ଷରେ ପୂଜାଙ୍କ ସ୍ଥାନରେ ଅଞ୍ଜଳୀ ସରୱାନୀଙ୍କୁ ସେମି ଫାଇନାଲ ଖେଳିବାର ସୁଯୋଗ ମିଳିପାରେ । ତେବେ ପୂଜାଙ୍କ ରିପ୍ଲେସମେଣ୍ଟ ପାଇଁ ସ୍ନେହ ରାଣାଙ୍କୁ ଅନୁମତି ଦେଇଛି ଆଇସିସି ।

 

Get real time updates directly on you device, subscribe now.