fbpx

(video) ଇରାନରେ ଛୋଟ ଝିଅକୁ ନିସ୍ତୁକ ମାଡ, ପାଟି ଓ ନାକରୁ ଝରୁଛି ରକ୍ତ… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ହିଜାବ ପିନ୍ଧିବା ଏକ ବ୍ୟକ୍ତି ମାମଲା । ଜଣେ ଚାହାଁଲେ ଏହାକୁ ପିନ୍ଧିପାରିବ ଏବଂ ନ ଚାହିଁଲେ କେହି ତାଙ୍କୁ ବାଧ୍ୟ କରିପାରିବେ ନାହିଁ । କିନ୍ତୁ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଏକ ଛୋଟ ଝିଅଟିକୁ ନିସ୍ତୁକ ମାଡ ହୋଇଛି ଏବଂ ଝିଅଟିର ମୁହଁ ଓ ନାକରୁ ରକ୍ତ ବାହାରୁଛି । ଏପରିକି ପୋଷାକ ମଧ୍ୟ ରକ୍ତରେ ଜୁଡୁବୁଡୁ ହୋଇ ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ।
ଟ୍ୱଟର ରେ ଜଣେ ୟୁଜର୍ସ ଏହି ଭିଡିଓ କୋଷ୍ଟ କରି ଲେଖିଛନ୍ତି ଯେ, ଇରାନରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ଏକ ଛୋଟ ଝିଅକୁ ନିସ୍ତୁକ ପିଟାଯାଇଛି । ଝିଅଟିର ଦୋଷ କ’ଣ?

କାରଣ ହେଉଛି ଛୋଟ ଝିଅଟି ହିଜାବ ପିନ୍ଧିନଥିଲା । ସେଥିପାଇଁ ତାଙ୍କୁ ଆକ୍ରୋଶର ଶିକାର ହେବାକୁ ପଡିଛି । ଦର୍ବୃତ୍ତ ତାଙ୍କୁ ଏଭଳି ମାଡ ମାରିଛନ୍ତି ଯେ ନାକରୁ ପାଟିରୁ ରକ୍ତ ଝରୁଛି ।

ଝିଅଟିକୁ କେହି ଜଣେ ଚୁପ୍ କରାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଇରାନର ସର୍ବଜାନକ ସ୍ଥାନରେ ହିଜାବ ପନ୍ଧିବା ପାଇଁ ମହିଳାଙ୍କୁ ତଥାକଥିତ ଭାବେ ଚେତାବନୀ ଦିଆଯାଇଛି ।

ସୂଚନାଯୋଗ୍ୟ, ଇରାନରେ ଗତ କିଛି ମାସ ଧରି ଅଶାନ୍ତି ଲାଗି ରହିଛି । ଗତ ସପ୍ତାହରେ ସେଠାରେ ବିରୋଧ ପ୍ରଦର୍ଶନ ଜାରି ରହିଥିଲା । ପ୍ରଦର୍ଶନ ଭିଡିଓ ଶୁକ୍ରବାର ଦିନ ସାମ୍ନାକୁ ଆସିଥିଲା । ବିରୋଦ ପ୍ରଅଦର୍ଶନ ଅଭିଯୋଗରେ ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଯାଇଥିଲା । ଗତ ବର୍ଶ ସେପ୍ଟମ୍ବର ୧୬ରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ଗିରଫ ପରେ ବିକ୍ଷୋପ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.