fbpx
BSKY
BJD SHG SKY
BJD MC SKY

ଟଳିଲା ଭୟ, ୧୧ ଦିନ ଶୀକାର କଲାପରେ ଧରାପଡ଼ିଲା ବାଘ

ନୂଆଦିଲ୍ଲୀ: ଦୀର୍ଘ ୧୧ ଦିନ ପରେ ଧରାପଡ଼ିଲା ମଣିଷ ମରା ଚିତା ବାଘ । ବାଘଟି ଜଣେ ୪ ବର୍ଷର ଝିଅକୁ ବାହାରେ ଖେଳୁଥିବା ସମୟରେ ଆକ୍ରମଣ କରିଥିଲା ଏବଂ ତାଙ୍କୁ କେଉଁଆଡ଼େ ନେଇଯାଇଥିଲା । ଅଞ୍ଚଳବାସୀଙ୍କ ସମେତ ବନ କର୍ମଚାରୀ ଓ ପୋଲିସ ଦୁଇଦିନ ଧରି ଝିଅକୁ ଖୋଜିବା ପରେ ଏକ ନର୍ସରୀରୁ ମିଳିଥିଲା ମୃତଦେହ ।

ଏହାପରେ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ମିଳିତ ଭାବରେ ଏହି ମଣିଷ ଖିଆ ବାଘ ପାଇଁ ଏକ ସର୍ଚ୍ଚ ଅପରେସନ ଚଳାଇଥିଲେ । ଜନବସତି ଅଞ୍ଚଳରେ ଚିତାବାଘ ପ୍ରବେଶ କରିଥିବା ସନ୍ଦେହ କରାଯାଉଥିଲା । ଏଥିପାଇଁ କଶ୍ମୀରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖାଯାଇଥିଲା । ଏହି ସର୍ଚ୍ଚ ଅପରେସନରେ ମଣିଷ ଖିଆ ଚିତା ବାଘ ସମେତ ୫ ଚିତା ବାଘ ଧରାପଡ଼ିଥିଲେ । ତେବେ ମଣିଷ ଖିଆ ଚିତା ବାଘକୁ ବୁଡଗାମ ଜିଲ୍ଲାର ଡିସି ଅଫିସ ପରିସରରୁ ଜୀବିତ ଧରାଯାଇଛି ।

ଜଣେ ବନ ଅଧିକାରୀ କହିଛନ୍ତି ଯେ ଚିତାବାଘ ଡିସି ଅଫିସ ପରିସରରେ ଦେଖାଯାଇଥିଲା । ଦୀର୍ଘ ପ୍ରଚେଷ୍ଟା ପରେ ଚିତାବାଘକୁ ଧରାଯାଇଥିଲା । ଚିତାବାଘ ଧରାପଡ଼ିବା ପରେ ଅଞ୍ଚଳବାସୀ ଆଶ୍ୱସ୍ତି ଅନୁଭବ କରିଛନ୍ତି ।

Get real time updates directly on you device, subscribe now.