fbpx

ଡୋଜ ପିଛା ୧୫୦ ଟଙ୍କା ମୂଲ୍ୟରେ ‘କୋଭାକ୍ସିନ୍’ ଯୋଗାଣ ଦୀର୍ଘ ସମୟ ପର୍ୟ୍ୟନ୍ତ ସମ୍ଭବ ନୁହେଁ: ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଦୀର୍ଘ ଦିନ ଧରି ଡୋଜ୍ ପିଛା ୧୫୦ ଟଙ୍କା ମୂଲ୍ୟରେ କେନ୍ଦ୍ର ସରକାରଙ୍କୁ କୋଭାକ୍ସିନ୍ ଟିକା ଦେବାରେ ସମର୍ଥ ହୋଇପାରିବ ନାହିଁ । ଟିକା କମ୍ପାନୀ ପକ୍ଷରୁ କୁହାଯାଉଛି ଯେ, କେନ୍ଦ୍ର ସରକାରଙ୍କ ଟିକା ଅଭାବ ଶୁଳ୍କ କାରଣରୁ ଘରୋଇ କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପଡୁଛି । ଭାରତରେ ଘରୋଇ କ୍ଷେତ୍ରରେ ଅନ୍ୟ କମ୍ପାନୀ ମାନଙ୍କ ଟିକାର ଉପଲବ୍ଧ ତୁଳନାରେ କୋଭାକ୍ସିନ୍ ଟିକାର ଦରକୁ ଅଧିକ କରିବା ସପକ୍ଷରେ ମତ ପ୍ରକାଶ କରିଛି ଭାରତ ବାୟୋଟେକ୍ ।

ଭାରତ ବାୟୋଟେକ ଏକ ବିବୃତ୍ତିରେ କହିଛି ଯେ, ଖର୍ଚ୍ଚ ବହନ କରିବା ପାଇଁ ଘରୋଇ ବଜାରରେ ଅଧିକ ମୂଲ୍ୟ ରଖିବା ଆବଶ୍ୟକ । ଭାରତ ବାୟୋଟେକ୍ ଟିକା ବିକାଶ, କ୍ଲିନିକାଲ୍ ପରୀକ୍ଷା ଏବଂ କୋଭାକ୍ସିନ୍ ପାଇଁ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଏପର୍ୟ୍ୟନ୍ତ ୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛି ।

ଭାରତ ବାୟୋଟେକ୍ ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ, ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କାରେ ଏବଂ ଘରୋଇ କ୍ଷେତ୍ରକୁ ୧୨୦୦ଟଙ୍କାରେ ଟିକା ଯୋଗାଉଛି । ତେବେ ଏଭଳି ପରିସ୍ଥିତିରେ ଡୋଜ୍ ପିଛା ୧୫୦ ଟଙ୍କାରେ କୋଭାକ୍ସିନ୍ ଟିକା ଯୋଗାଣର ମୁଲ୍ୟ ପ୍ରତିଦ୍ୱନ୍ଦିତା ମୂଳକ ନୁହେଁ ଏବଂ ଦୀର୍ଘ ସ୍ଥାୟୀ ନୁହେଁ । ତେଣୁ ଘରୋଇ ବଜାରରେ ଏହାର ଅଧିକ ମୁଲ୍ୟ ରହିବା ଜରୁରୀ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.