fbpx
BSKY
BJD SHG SKY
BJD MC SKY

ଆହତ କୁକୁର ପ୍ରତି ଦରଦ ଦେଖାଇଲେ ରତନ ଟାଟା

ନୂଆଦିଲ୍ଲୀ: ବିଜିନେସ୍ ଟାଇକନ୍ ରତନ ଟାଟା ଜଣେ ଶିଳ୍ପପତି ହୋଇଥିଲେ ମଧ୍ୟ ଏହାଛଡ଼ା ସେ ଜଣେ ସମାଜସେବୀ ଓ ହୃଦୟବାନ ଲୋକ ବୋଲି ସମସ୍ତେ ଜାଣନ୍ତି । ଅନେକ ସମୟରେ ସେ ଗରିବଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି । ଗତବର୍ଷ କରୋନା ମୁକାବିଲା ପାଇଁ ସେ ୫୦୦ କୋଟି ଟଙ୍କା ଭାରତ ସରକାରଙ୍କୁ ପ୍ରଦାନ କରିଥିଲେ । ସେହି ସମୟରେ ଭାରତର ବଡ଼ ବଡ଼ ଧନୀ ବ୍ୟକ୍ତିମାନେ ମୁହଁ ଲୁଚାଇ ଦେଇଥିଲେ । ତେବେ ରତନ ଟାଟା ପଶୁପ୍ରେମକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେ ସ୍ପ୍ରାଇଟ୍ ନାମକ ଏକ କୁକୁର ପାଇଁ ଏକ ମାଲିକ ଖୋଜିବାରେ ସହାୟତା କରିଛନ୍ତି । ପଛଦୁଇଟି ଗୋଡ଼ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପ୍ରାଇଟର ଦୁଃଖକୁ ବୁଝିପାରି ତା’ର ଚିକିତ୍ସା କରାଇଛନ୍ତି ରତନ । ଏହି ଅବସରରେ ସେ ଇନଷ୍ଟାଗ୍ରାମରେ ସ୍ପ୍ରାଇଟର ଫଟୋ ଓ ଭିଡିଓ ଶେୟାର କରିଛନ୍ତି ।

ଗତ ବର୍ଷ ଡିସେମ୍ବର ମାସରେ ରତନ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ ଯେ, ‘ଆପଣମାନେ ପୂର୍ବରୁ ଦୁଇଥର ଉଦାରତାପୂର୍ବକ ମୋତେ ସାହାଯ୍ୟ କରିଥିବାରୁ ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ । ଏବେ ଆପଣମାନେ ସ୍ପ୍ରାଇଟ ପାଇଁ ଏକ ଘର ତଥା ପରିବାର ଖୋଜିବାରେ ସାହାଯ୍ୟ କରନ୍ତୁ । ଗୋଟିଏ ଦୁର୍ଘଟଣା ପରେ ସ୍ପ୍ରାଇଟର ପଛ ଗୋଡ଼ ଦୁଇଟି କ୍ଷତଗ୍ରସ୍ତ ହୋଇଯାଇଛି ।’

ତେବେ ସ୍ପ୍ରାଇଟ୍ ପାଇଁ ଏକ ନୂଆ ଘର ଖୋଜିବାରେ ସହାୟତା କରିଥିବାରୁ ରତନ ଏହି ଅବସରରେ ପଶୁ ଉଦ୍ଧାରକାରୀ କାଭେରି ଭଳଦ୍ୱାଜଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଶେଷରେ ରତନ ସ୍ପ୍ରାଇଟ ନୂଆ ଘରକୁ ଯିବା ପାଇଁ ଅପେକ୍ଷାରତ ଥିବା ସମୟର ଏକ ଫଟୋ ଶେୟାର କରିଥିଲେ ।

Get real time updates directly on you device, subscribe now.