fbpx

ଯୁବକଙ୍କ ମୃତ ଦେହ ଉଦ୍ଧାର: ପୋଲିସର ତଦନ୍ତ ଆରମ୍ଭ

ପୁରୀ, ୨୪/୦୪: ଶନିବାର ସକାଳୁ ପୁରୀ ବଳିଆ ପଣ୍ଡା ପୋଲିସ ମାତା ମଠ ନିକଟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ।
ଘଟଣା ଅନୁଯାୟୀ ଆଜି ସକାଳୁ ସ୍ଥାନୀୟ ଲୋକ ଯୁବକଙ୍କୁ କ୍ଷତାକ୍ତ ଅବସ୍ଥାରେ ରାସ୍ତାରେ ପଡିଥିବାର ଦେଖିଥିଲେ , ଏବଂ ସେମାନେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ।
ମୃତକଙ୍କ ପରିଚୟ ମିଳିଛି ସେ ବାସେଳୀ ସାହି ତୁଳସୀ ନଗରର ସୋମନାଥ ମହାପାତ୍ର । ତାଙ୍କର ଛାତି ଏବଂ ପେଟରେ ଛୁରୀ ମାଡ ହୋଇଛି ।
ତେବେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.