fbpx

କରୋନାଠାରୁ ସୁସ୍ଥ ହେବା ପରେ ବି ରହିଥାଏ ମୃତ୍ୟୁ ଭୟ, ଜାଣନ୍ତୁ କିପରି ରହୁଛି ଶରୀର ଉପରେ ଏହାର ପ୍ରଭାବ

ନୂଆଦିଲ୍ଲୀ, ୨୪ା୪ : କରୋନା ମହାମାରୀ ବର୍ତ୍ତମାନ ଦେଶରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ପୁର୍ବରୁ ଭାଇରସ୍ ରେ ଥିବା ଡବଲ୍ ମ୍ୟୁଟାଣ୍ଟ ଲୋକମାନଙ୍କର ସାଂଘତିକ କ୍ଷତି କରିଥିବା ବେଳେ ବର୍ତ୍ତମାନର ଟ୍ରିପଲ୍ ମ୍ୟୁଟାଣ୍ଟ ତାଠାରୁ ବି ଅଧିକ ଭୟଙ୍କର ରୁପ ନେବା ଆରମ୍ଭ କରିଛି । ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଏହା ଉପରେ ଟିକାର ପ୍ରଭାବ ପଡୁଥିବା ଦେଖିବାକୁ ମିଳୁନି । ଯାହା ଫଳରେ କି ଟିକା ନେବା ପରେ ବି ଲୋକଙ୍କ ଜୀବନ ହାନି ହେଉଥିବା ନଜିର ରହିଛି । ଏବେ ଭାଇରସକୁ ନେଇ ଆଉ ଏକ ତଥ୍ୟ ସାମନାକୁ ଆସିଛି । ତାହା ହେଉଛି କରୋନାଠାରୁ ସୁସ୍ଥ ହେବା ପରେ ବି ମୃତ୍ୟୁ ହେବାର ଆଶଙ୍କା ୬୫ ପ୍ରତିଶତ ରହୁଛି । ଆଉ ଏଥିରେ ସାଂଘାତିକ ପରିସ୍ଥିତିରେ ଥିବା ଲୋକଠାରୁ ଆରମ୍ଭ କରି ଆଶିଂକ ଭାବେ ପୀଡିତ ଥିବା ଲୋକ ମଧ୍ୟ ସାମିଲ ଅଛନ୍ତି । ଏହା ଆଗକୁ ଲୋକମାନଙ୍କ ବ୍ୟାପକ କ୍ଷତି ଘଟାଇପାରେ ବୋଲି ବିଶେଷଜ୍ଞ ମାନେ ଆଶଙ୍କା କରିଛନ୍ତି ।


ନେଚର୍ ଜର୍ନଲରେ ଗୁରୁବାର ପ୍ରକାଶିତ ହୋଇଥିବା ରିପୋର୍ଟରେ ଅଧ୍ୟୟନକର୍ତ୍ତା ମାନେ କହିଛନ୍ତି ଯେ, ଭବିଷ୍ୟତରେ ଏହି ପ୍ରାଣଘାତୀ ମହାମାରୀ ଦେଶର ଜନସଂଖ୍ୟା ଉପରେ ମଧ୍ୟ ପ୍ରଭାବ ପକାଇବ । ଏ ସମ୍ପର୍କରେ ଜଣେ ବିଶେଷଜ୍ଞ କହିଛନ୍ତି ଯେ, କରୋନା ସଂକ୍ରମଣର ୬ ମାସ ପରେ ମଧ୍ୟ ମୃତ୍ୟୁର ଆଶଙ୍କା ରହିଛି । ଏମିତିକି ଯେଉଁମାନଙ୍କ ଠାରେ କରୋନାର ସ୍ୱଳ୍ପ ପ୍ରଭାବ ରହିଥାଏ ସେମାନଙ୍କର ମଧ୍ୟ ସ୍ୱାସ୍ଥ୍ୟହାନିର ସମ୍ଭାବନା ରହିଛି । ଏକ ମାସ ଭିତରେ ଠିକ୍ ହୋଇଥିବା ସାଂଘାତିକ ରୋଗୀଙ୍କ ଠାରେ ଗତ ୬ ମାସ ଭିତରେ ଜୀବନହାନି ହେବାର ଆଶଙ୍କା ସ୍ୱଳ୍ପରୋଗୀଙ୍କ ତୁଳନାରେ ୬୦ ପ୍ରତିଶତ ଅଧିକ ରହିଥାଏ । ବର୍ତ୍ତମାନ ଏହି ଭଳି ମାମଲାରେ ପ୍ରତି ୧୦୦୦ ସ୍ୱଳ୍ପ ରୋଗୀଙ୍କ ମଧ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ପ୍ରତି ୧୦୦୦ ସାଂଘାତିକ ରୋଗୀଙ୍କ ମଧ୍ୟରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ପ୍ରକାଶ ପାଇଛି ।

Covid 19 Updates
 

ଏହି ପରିପ୍ରେକ୍ଷୀରେ ଆମେରିକାର ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମେଡିସିନ୍ ର ଅଧ୍ୟୟନକର୍ତ୍ତା କରୋନା ଦ୍ୱାରା ଶରୀରରେ ହେଉଥିବା ବିଭିନ୍ନ ରୋଗ ବିଷୟରେ ଏକ ତାଲିକା କରିଛନ୍ତି । ଆଉ ସେହି ସବୁ ବେମାରୀ ଦାର୍ଘ ସମୟ ପର୍ଯ୍ୟନ୍ତ ଶରୀରରେ ରୁହେ । ଯାହା ଦ୍ୱାରା ଜଣେ ବ୍ୟକ୍ତି ଦୁର୍ବଳ ହେବା ସହ ମୃତ୍ୟୁମୁଖରେ ପଡିଥାଏ । ଖାଲି ସେତିକି ନୁହେଁ ଏହି ରୋଗ ଶରୀରର ପ୍ରାୟ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଉପରେ ଗୁରୁତର ଭାବେ ପ୍ରଭାବ ପକାଇଥାଏ । ବୈଜ୍ଞାନିକ ମାନେ ଏହି ଅଧ୍ୟୟନ ୫୦ ଲକ୍ଷରୁ ଅଧିକ ରୋଗୀଙ୍କ ଉପରେ କରିଥିଲେ । ସେମାନଙ୍କ ଠାରୁ ଏହି ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଏହି ୫୦ ଲକ୍ଷ ରୋଗୀ କରୋନା କବଳରୁ ମୁକ୍ତ ହୋଇସାରିଥିଲେ ସୁଦ୍ଧା ବିଭିନ୍ନ ରୋଗରେ ପୀଡିତ ଥିବା ଜଣାପଡିଛି ।

Get real time updates directly on you device, subscribe now.