fbpx

Indian Railwaysର ଜାଣିବା କଥା: ଟ୍ରେନ ଟଏଲେଟରେ ପରିସ୍ରା କରି ଯୁବକ ଗଣିଲେ ୧୦୦୦ ଟଙ୍କା ଜରିମାନା!

Advertisement

ନୂଆଦିଲ୍ଲୀ: ଭାରତୀୟ ରେଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଟ୍ରେନ ଟଏଲେଟରେ ପରିସ୍ରା କରିବାରୁ ଜଣେ ଯୁବକଙ୍କ ପାଖରୁ ଜରିମାନା ଆଦାୟ କରିଛି ରେଳ ବିଭାଗ । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଟ୍ରେନରେ ଯାତ୍ରୀମାନଙ୍କୁ ମାଗଣା ଶୌଚାଳୟ ବ୍ୟବହାର କରିବାର ସୁବିଧା ଦିଆ ଯାଇଥିବା ବେଳେ ତାଙ୍କୁ କାହିଁକି ଜରିମାନା ଲଗାଯାଇଛି ବୋଲି ପ୍ରଶ୍ନ ଉଠିଛି । ଏ ନେଇ ଜରିମାନା ଦେଇଥିବା ଯୁବକ ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଟ୍ରେନ ଟଏଲେଟରେ ପରିସ୍ରା କରିବା ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଯାଇଛି ।

ବନ୍ଦେ ଭାରତ ଟ୍ରେନ ଟଏଲେଟରେ ପରିସ୍ରା କରିବାକୁ ରେଳବାଇ ଯୁବକଙ୍କଠାରୁ ୧୦୨୦ ଟଙ୍କା ଜରିମାନା ଆଦାୟ କରିଛି । ତେବେ ପ୍ରକୃତ ଘଟରା ହେଉଛି, ସିଙ୍ଗ୍ରାଉଲିର ଅବଦୁଲ କାଦ୍ରି ଜୁଲାଇ ୧୫ ତାରିଖରେ ହାଇଦ୍ରାବାଦରୁ ଭୋପାଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଓହ୍ଲାଇଥିଲେ । ଏଠାରେ ସିଙ୍ଗ୍ରାଉଲିକୁ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ପରିସ୍ରା ଲାଗିଥିଲା । ତେବେ ସେ ଷ୍ଟେସନରେ ଥିବା ଟଏଲେଟରେ ପରିସ୍ରା ନ କରି ଏଥଇପାଇଁ ଇନ୍ଦୋର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଚଢି ଯାଇଥିଲେ । ୪ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଚଢିବା ପରେ ଆଉ ଓହ୍ଲାଇ ପାରି ନଥିଲେ ଅବଦୁଲ । ଫାଟକ ବନ୍ଦ ହେବା ପରେ ସେ ବାରମ୍ବାର ଏହାକୁ ଖୋଲିବା ପାଇଁ କହିଥିଲେ ମଧ୍ୟ କେହି ଟ୍ରେନର ଫାଟକ ଖୋଲି ନଥିଲେ । ଫଳରେ ସେ ଟ୍ରେନରେ ହିଁ ରହି ଯାଇଥିଲେ ।

ତେବେ ଗାଡ଼ିଟି ସିଧା ଯାଇ ଭୋପାଳରୁ ୨୦୦ କି.ମି ଦୂର ଉଜ୍ଜୟିନୀ ଷ୍ଟେସନରେ ରହିଥିଲା । ଏହାପରେ ଅବଦୁଲ ଓହ୍ଲାଇବା ପରେ ରେଳ ବିଭାଗ ତାଙ୍କ ଉପରେ ୧୦୨୦ ଟଙ୍କା ଜରିମାନା ଲଗାଇଛି । କିଛି ଉପାୟ ନ ପାଇ ୧୦୨୦ ଟଙ୍କା ଜରିମାନା ଦେଇ ଘରକୁ ଫେରିଛନ୍ତି ଅବଦୁଲ । ତେବେ ଏ ନେଇ ରେଳ ବିଭାଗର ସିନିୟମର ଡିସିଏମ ରଶ୍ମି ବାଘେଲ କହିଛନ୍ତି ଯେ, ରେଳବାଇ ତରଫରୁ ପ୍ରତ୍ୟେକ ଷ୍ଟେସନ ଏବଂ ପ୍ଲାଟଫର୍ମରେ ମାଗଣା ଶୌଚାଳୟ ସୁବିଧା ଯୋଗାଇ ଦେଉଛି । ତେଣୁ ଅନ୍ୟ କୌଣସି ଟ୍ରେନକୁ ଚଢି ଏପରି ପରିସ୍ରା କରିବା ଉଚିତ ନୁହେଁ ବୋଲି କହିଛନ୍ତି ଡିସିଏମ୍ । ତେବେ ଅବଦୁଲ ଜାଣି ଜାଣି ଏହି ଭୁଲ କରିଥିବାରୁ ତାଙ୍କ ଉପରେ ଜରିମାନା ଲାଗୁ କରାଯାଇଛି ବୋଲି ରଶ୍ମି ବାଘେଲ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.