fbpx

ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ରୋଗୀଙ୍କୁ ଶବଗୃହକୁ ପଠାଇଦେଲେ ଡାକ୍ତର, ସେଠାରେ ଘଟିଲା କିଛି ଏମିତି, ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ

Advertisement

ନୂଆଦିଲ୍ଲୀ: କରୋନା ମହାମାରୀ ଏବେବି ବିଶ୍ୱରୁ ଶେଷ ହୋଇନାହିଁ । ଅନେକ ଦେଶରେ କରୋନା ମହାମାରୀ ପୁଣି ଥରେ ବଢ଼ିବାରେ ଲାଗିଛି । ଏମିତିରେ ଡାକ୍ତର ଲୋକଙ୍କୁ କରୋନାରୁ ବଞ୍ଚିବା ପାଇଁ ପରାମର୍ଶ ଦେଉଛନ୍ତି । ଏହାରି ମଧ୍ୟରେ କରୋନାକୁ ନେଇ ସାଧାରଣ ଲୋକଙ୍କ ମନରେ ଡର, ଆଶଙ୍କା ଏବଂ ଭୁଲ ବୁଝାମଣା ମଧ୍ୟ ଉପୁଜିଛି । ସେହିଭଳି ଗୋଟିଏ ଭୁଲ ବିଷୟରେ ଜଣାପଡ଼ିଛି ଯାହା ଡାକ୍ତରଙ୍କ ଦ୍ୱାରା ହୋଇଛି । ଏହି ଭୁଲ ଏତେ ବଡ଼ ଯେ ରୋଗୀର ଏହି ଭୁଲ୍ ଯୋଗୁଁ ଜଣେ ରୋଗୀଙ୍କ ଜୀବନ ବିପଦରେ ପଡ଼ିଥିଲା ।

ଡେଲି ଷ୍ଟାରର ଏକ ରିପୋର୍ଟ ଅନୁଯାୟୀ ଚୀନର ସାଂଘାଇ ସହରରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଏଠାରେ ଜେଣ ବୃଦ୍ଧ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଉଥିଲା । ଚିକିତ୍ସା ସମୟରେ ଡାକ୍ତରଙ୍କୁ ଲାଗିଥିଲା ଯେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି । ତେଣୁ ତାଙ୍କୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରାଯାଇଥିଲା ଯେଉଁଥିରେ ଶବ ରଖାଯାଇଥାଏ ଏବଂ ଅନ୍ତିମ ସଂସ୍କାର ପାଇଁ ଶବଗୃହକୁ ପଠାଯାଇଥିଲା । କିନ୍ତୁ ଶବଗୃହରେ ଘଟିଥିଲା କିଛି ବିଚିତ୍ର ଘଟଣା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ରିପୋର୍ଟ ଅନୁଯାୟୀ ବୃଦ୍ଧ ବ୍ୟକ୍ତି ଜଣକ ଜୀବିତ ଥିଲେ କିନ୍ତୁ ତାଙ୍କୁ ମୃତ ଘୋଷଣା କରି ଶବଗୃହକୁ ପଠାଯାଇଥିଲା । କିନ୍ତୁ ବ୍ୟକ୍ତି ହଠାତ୍ ପ୍ଲାଷ୍ଟିକ ବ୍ୟାଗ ମଧ୍ୟରେ ହଲିବାକୁ ଲାଗିଥିଲେ ଯାହାକୁ ଦେଖି ସେଠାରେ ଥିବା କର୍ମଚାରୀଙ୍କ ହୋସ୍ ଉଡ଼ିଯାଇଥିଲା । ଏହାପରେ ସେମାନେ ସେଠାରେ ଥିବା କର୍ମଚାରୀମାନେ ପ୍ଲାଷ୍ଟିକ ବ୍ୟାଗକୁ ଖୋଲିଥିଲେ ଏବଂ ବ୍ୟକ୍ତି ଜଣକ ଜୀବିତ ଥିବା ପାଇଥିଲେ । କର୍ମଚାରୀମାନେ ସଙ୍ଗେ ସଙ୍ଗେ ବ୍ୟକ୍ତିଙ୍କୁ ବାହାରକୁ ବାହାର କରିଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ସାଂଘାଇର ପୂଟୁଓ ଜିଲ୍ଲାରେ ଘଟିଛି । ବର୍ତ୍ତମାନ ପ୍ରଶାସନ ଏଡି ଘଟଣାରୁ ଯାଞ୍ଚ ଆଦେଶ ଦେଇଛି ।

ଉଲ୍ଲେଖଯୋଗ୍ୟ, ସାଂଘାଇରେ କରୋନାର ନୂଆ ଲହର ତୀବ୍ର ଭାବରେ ବ୍ୟାପିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ ଏଠାରେ ପ୍ରଶାସନ ତରଫରୁ ପୁଣି ଥରେ ଲକଡାଉନ ଲଗାଯାଇଛି । ରିପୋର୍ଟ ଅନୁଯାୟୀ ଯେଉଁ ଘରେ କୋଭିଡ ସଂକ୍ରମଣ ମିଳୁଛନ୍ତି ତାଙ୍କ ଘର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏମିତିକି ଚାୟାଙ୍ଗ ଜିଲ୍ଲାରେ ଲୋକଙ୍କୁ ସପ୍ତାହରେ ୩ ଥର ଟେଷ୍ଟ କରାଯାଉଛି ।

Get real time updates directly on you device, subscribe now.