fbpx

(Video) ଦୋକାନରୁ ORS ନେଉ ନେଉ ଆସିଲା ହାର୍ଟଆଟାକ୍: ମାତ୍ର ୨-୩ ମିନିଟରେ ହୋଇଗଲା ମୃତ୍ୟୁ, ଦେଖନ୍ତୁ ସିସିଟିଭି ଫୁଟେଜ୍

AAKASH

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣଙ୍କର ବି ହୋସ୍ ଉଡିଯିବ । ଭାଇରାଲ ଭିଡିଓରେ କିପରି ଜଣେ ବ୍ୟକ୍ତିଙ୍କୁ ଅଚାନକ୍ ହାର୍ଟ ଆଟାକ୍ ଆସୁଛି ଓ ଏଥିରେ ତାଙ୍କର ମୃତ୍ୟୁ ହେଉଛି, ତାହା ଦେଖିବାକୁ ମିଳିଛି । ଏହି ଘଟଣା ଦେଶର ରାଜଧାନୀ ଦିଲ୍ଲୀ ଏନସିଆରର ଫରିଦାବାଦରେ ଘଟିଛି । ଏକ ମେଡିକାଲ ଦୋକାନରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ କଏଦ୍ ହୋଇଛି, ଯାହାକି ଲୋକଙ୍କ ହୋସ୍ ଉଡାଇ ଦେଇଛି ।

ଭାଇରାଲ ହେଉଥିବା ସିସିଟିଭି ଫୁଟେଜ୍ ଫରିଦାବାଦର ୩୩ ଫୁଟା ରୋଡର ବୋଲି ଜଣାପଡିଛି । ସେଠାରେ ଏକ ମେଡକାଲ ଦୋକାନରେ ଜଣେ ୨୩ ବର୍ଷୀୟ ଯୁବକ ଓଆରଏସ ନେବାକୁ ଆସିଥସିଲେ । କିନ୍ତୁ କିଛି ସମୟ ମଧ୍ୟରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା ଓ ମାତ୍ର ୨-୩ ମିନିଟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ହାର୍ଟ ଆଟାକ ଆସିବା ପୂର୍ବରୁ ଯୁବକ ଜଣକ ତାଙ୍କ ଛାତିରେ ହାତ ମାରୁଥିବା ଦେଖିବାକୁ ମିଳିଛି । କିନ୍ତୁ ହାର୍ଟ ଆଟାକ୍ ଆସିବାର କିଛି ସମୟ ପୂର୍ବରୁ ବ୍ୟକ୍ତି ଜଣକ ଦୋକାନରେ ଠିକଠାକ୍ ଠିଆ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ମୃତ୍ୟୁର ଏପରି ଦୃଶ୍ୟ ଦେଖି ସମସ୍ତଙ୍କ ଲୋକ ଟାଙ୍କୁରୀ ଯାଇଛି ।

ସୂଚନା ଅନୁସାରେ, ୨୩ ବର୍ଷୀୟ ଏହି ଯୁବକଙ୍କ ସଞ୍ଜୟ, ଯେକି ଉତ୍ତରପ୍ରଦେଶର ଏଟା ଜନପଦର ବାସିନ୍ଦା ଥିଲେ । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ମେଡିକାଲ ଷ୍ଟୋରରେ ଯେତେବେଳେ ସେ ମେଡିସିନ୍ ଆଣୁଥିଲେ. ଅଚାନକ୍ କିଛି ସମୟ ମଧ୍ୟରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଏହା ପରେ ସେ ତଳେ ପଡ଼ିଯାଇଥିଲେ, ଯାହା ଦେଖି ମେଡିସିନ୍ ଷ୍ଟୋରରେ ଥିବା ଦୋକାନୀ ମଧ୍ୟ ଡରିଯାଇ ପାଖକୁ ଧାଇଁଥିଲେ । ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି, ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.