fbpx
BJD SKY
BJD SKY

ହୋମ୍ ଥିଏଟରରେ ବୋମା ଖଞ୍ଜି ପ୍ରେମିକାକୁ ଉପହାର: ବିସ୍ଫୋରଣରେ ବର ମୃତ୍ୟୁ

BJD

ନୂଆଦିଲ୍ଲୀ: ପ୍ରେମ ଆଉ ପ୍ରତିଶୋଧର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକାଙ୍କୁ ବିବାହ ଉତ୍ସବରେ ଏକ ଅବିଶ୍ୱସନୀୟ କାଣ୍ଡ କରି ଦେଇଛନ୍ତି ପ୍ରେମରେ ପାଗଳ ଥିବା ଯୁବକ । ହୋମ୍ ଥିଏଟରରେ ବୋମା ଖଞ୍ଜି ପ୍ରେମିକାକୁ ବିବାହର ଉପହାର ଦେଇଥିଲେ ପ୍ରେମିକ । ପରେ ଏହାର ବିସ୍ପୋରଣରେ ଗାର୍ଲଫ୍ରେଣ୍ଡଙ୍କ ପତି ପ୍ରାଣ ହରାଇଛନ୍ତି । ଏହାସହିତ ଅନ୍ୟ ୨ ଜଣକ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜାଣିବାକୁ ମିଳିଛି । ବିବାହ ଉତ୍ସବରେ ମିଳିଥିବା ଉପହାର ମୃତ୍ୟୁର କାରଣ ପାଲଟିଯାଇଛି ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡର କବୀରଧାମ ଅଞ୍ଚଳରେ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ଯୁବକ ବିବାହ ଉତ୍ସବରେ କନ୍ୟାଙ୍କୁ ଏକ ହୋମ୍ ଥିଏଟର ଉପହାର ଦେଇଥିଲେ । ତେବେ ଏକ ରୁମରେ ଏହି ହୋମ୍ ଥିଏଟର ଥିବା ବେଳେ ଏହା ବ୍ଲାଷ୍ଟ ହୋଇଥିଲା । ବିସ୍ପୋରଣରେ ନବବିବାହିତଙ୍କ ସମେତ ଅନ୍ୟ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ତେବେ ଏହି ଅଘଟଣ ପଛରେ ମୁଖ୍ୟ କାରଣ ରହିଛି ପ୍ରେମ । ବିବାହ ଉତ୍ସବରେ ଏହି ବୋମା ଖଞ୍ଜିତ ହୋମ୍ ଥିଏଟର ଉପହାର ଦେଇଥିବା ଯୁବକ ଜଣକ କନ୍ୟାଙ୍କ ପୂର୍ବତନ ପ୍ରେମିକ ବୋଲି ଜାଣିବାକୁ ମିଳିଛି । ତେବେ ଏହି ବିସ୍ଫୋରଣରେ ଘରର କାନ୍ଥ ଏବଂ ଛାତ ମଧ୍ୟ ଫାଯି ଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।

ତେବେ ଏହି ମାମଲାର ଅଭିଯୋଗ ପରେ କବୀରଧାମ ପୋଲିସ ମଧ୍ୟପ୍ରଦେଶର ଜଣେ ଯୁବକଙ୍କୁ ହେପାଜତକୁ ନେଇଥିବା କହିଛନ୍ତି ଏଏସପି ମନୀଷା ଠାକୁର । ଏହାବ୍ୟତୀତ ହୋମ୍ ଥିଏଟରରେ ବୋମା ଖଞ୍ଜି ଉପହାର ଦେଇଥିବା ଘଟଣା ଅଭିଯୁକ୍ତ ସ୍ୱୀକାର କରିଥିବା ନେଇ ପୋଲିସ ପକ୍ଷରୁ ଜାଣିବାକୁ ମିଳିଛି । ତେବେ ନବବିାହିତ ହେମେନ୍ଦ୍ରଙ୍କ ସହ ବଡଭାଇ ରାଜକୁମାର ମଧ୍ୟ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.