fbpx

ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ କଏଦୀ: ୧୪ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ

କଟକ, ୬ା୨ (ଓଡିଶା ଭାସ୍କର): ନିମ୍ନ ଅଦାଲତଙ୍କ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜଣେ ଆସାମୀକୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ନିମ୍ନ ଅଦାଲତଙ୍କ ଆଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ଫଳରେ ୧୪ ବର୍ଷ ଜେଲ ଦଣ୍ଡ ଭୋଗିଥିବା ଯୁବକ ଜଣକ ଶେଷରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର ରେନତା ନାଗ ନାମକ ଜଣେ ଯୁବକ ୨୦୦୬ ମସିହାରେ ନିଜ ପତ୍ନୀ ବାସମତିଙ୍କୁ ପନିକିରେ ହାଣି ହତ୍ୟା କରିଥିଲେ । ଏନେଇ ବାସମତିଙ୍କ ପରିବାର ଲୋକେ ଥାନାରେ ଏତଲା ଦାୟର କରିଥିଲେ । ଏହି ଘଟଣାରେ ପୋଲିସ ରେନତାକୁ ଗିରଫ କରିଥିଲା । ରାଉରକେଲାର ଅତିରିକ୍ତ ସେସନ୍ସ ଜଜଙ୍କ ଅଦାଲତରେ ଏହି ଶୁଣାଣି ହୋଇଥିଲା । ରେନତାଙ୍କୁ ଅଦାଲତ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଆଦେଶକୁ ଚ୍ୟାଲେଞ୍ଜ କରି ରେନତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିମ୍ନ ଅଦାଲତ କେବଳ ଜମାନବନ୍ଦୀକୁ ଆଧାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାରୁ ହାଇକୋର୍ଟ ଏହି ରାୟକୁ ରଦ୍ଦ କରିଦେଇଛନ୍ତି ।

Get real time updates directly on you device, subscribe now.