fbpx

OYO ଗେଷ୍ଟ ହାଉସରେ ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କଲା ପ୍ରେମିକ

ହରିୟାଣା,୨୮/୦୪: ଫରିଦାବାଦରେ ସେକ୍ଟର ୭ ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଜଣେ ପ୍ରେମିକ ତାର ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କରିଛି । ଅଭିଯୁକ୍ତ ଜଣକ ନିଜ ପ୍ରେମିକାକୁ ନେଇ OYO ଗେଷ୍ଟ ହାଉସକୁ ଯାଇଥିଲେ ଏବଂ ସେଠାରେ ଯୁବକ ଜଣକ ନିଜ ପ୍ରେମିକାର ତଣ୍ଟି ଚିପି ହତ୍ୟା କରିଥିଲା । ମୃତ ମହିଳା ଜଣକ ଏକ ହସ୍ପିଟାଲର ନର୍ସ ଭାବେ କାମ କରୁଥିଲେ । ତେବେ ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା । ପରେ ଗେଷ୍ଟ ହାଉସର ଷ୍ଟାଫ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତ ନର୍ସଙ୍କ ବାପାଙ୍କ  ବୟାନ ଆଧାରରେ ମାମଲା ରୁଜୁ କରିଛି ।

ହତ୍ୟାର ଏହି ମାମଲା ଫରିଦାବାଦ ସେକ୍ଟର ୭ ଅଞ୍ଚଳରେ ଘଟିଛି । ପୋଲିସର ସୂଚନା ଅନୁଯାୟୀ ନୈନପାଲଙ୍କ ୨୪ ବର୍ଷୀୟ ଝିଅ ବଲ୍ଲଭଗଡ଼ର ମୋହନା ରୋଡ ସ୍ଥିତ ଏକ ବେସରକାରୀ ନର୍ସିଂହୋମରେ ନର୍ସ ଭାବେ କରୁଥିଲେ । ସୋମବାର ପ୍ରାୟ ସାଢେ ୩ଟା ବେଳେ ହସ୍ପିଟାଲ ଛୁଟି ପରେ ସେ ଘରକୁ ଯାଇନଥିଲେ ବରଂ ଶେଖପୁର ଗାଁର ନିଜ ପେମୀ ପବନ ସହିତ ସେକ୍ଟର ୭ରେ ଏକ ଓୟୋ ଗେଷ୍ଟକୁ ଯାଇଥିଲେ, ସେହିଠାରେ ହିଁ ପବନ ତାଙ୍କୁ ହତ୍ୟା କରିଥିଲା । ତେବେ ସଂନ୍ଧ୍ୟା ସାଢେ ୫ଟା ବେଳେ ପବନ ଖାଇବା ଆଣିବା ବହାନରେ ଗେଷ୍ଟ ହାଉସରୁ ବହାରକୁ ଚାଲିଯାଇଥିଲା । କିନ୍ତୁ ସେ ସଂନ୍ଧ୍ୟା ୭ ଟା ୩୦ ସୁଦ୍ଧା ମଧ୍ୟ ଗେଷ୍ଟ ହାଉସକୁ ଫେରିନଥିଲା  ।

ଏହାକୁ ନେଇ ଗେଷ୍ଟ ହାଉସ ଷ୍ଟାଫଙ୍କ ସନ୍ଦେହ ହେବାରୁ ସେମାନେ ନେଇଥିବା ରୁମର କବାଟ ଖୋଲି ଦେଖିଥିଲେ, ଏବଂ ସେଠାରେ ଯୁବତୀ ଜଣକ ମୃତ ଅବସ୍ଥାରେ ପଡିଥିବାର ଦେଖିଥିଲେ । ଗେଷ୍ଟ ହାଉସ ଷ୍ଟାଫ ସଙ୍ଗେ ସଙ୍ଗେ ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ସେକ୍ଟର-୭ ଥାନା ପ୍ରଭାରୀ ବିଜେନ୍ଦ୍ର କୁମାର. ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେ ରୁମକୁ ଭଲ ଭାବରେ ଖୋଜା ଖୋଜି କରିବା ସମୟରେ ଯୁବତୀଙ୍କ ବେକର କ୍ଷତ ଚିହ୍ନ ଦେଖିଥିଲେ ।

ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ପୋଲିସକୁ ସନ୍ଦେହ ହୋଇଥିଲା । ତେବେ ପୋଲିସ ଘଟଣାର ସୂଚନା ଯୁବତୀଙ୍କ ପରିଜନଙ୍କୁ ଦେଇଥିଲା । ପୋଲିସ ଯୁବତୀଙ୍କ ବାପା ନୈନପାଲଙ୍କ ବୟାନ ରେକର୍ଡ କରି ସେହି ଆଧାରରେ ପବନ ବିରୋଧର ଏଫଆଇଆର କରିଛି ।

ନୈନପାଲଙ୍କ କହିବା ଅନୁଯାୟୀ ପବନ ଗତ ଏକ ବର୍ଷ ଧରି ତାଙ୍କ ଝିଅକୁ ହଇରାଣ କରୁଥିଲା । ଏହି ମାମାଲକୁ ନେଇ ସେ ଅନେକ ଥର ଥାନାକୁ ମଧ୍ୟ ଯାଇଛନ୍ତି ଏବଂ ଥାନାରେ ଫଇସଲା ମଧ୍ୟ ହୋଇଛି । ଏହା ପରେ ମଧ୍ୟ ପବନ ଏଭଳି କରୁଥିଲା । ଯୁବତୀ ଜଣକ ବଲ୍ଲଭଗଢ଼ର ଏକ ନର୍ସିଂ ହୋମରେ କାମ କରୁଥିଲେ । ପୋଲିସ ଯୁବତୀଙ୍କ ମୃତ ଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

Get real time updates directly on you device, subscribe now.