fbpx

କେବେ ସରିବ କରୋନା ସୁନାମୀ? ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୮ ।୪: କରୋନା ଭାଇରସର ଦ୍ୱିତୀୟ ଲହର ଲୋକମାନଙ୍କୁ ଭୟଭୀତ କରିଛି । ଲୋକମାନେ ଆଖି ସାମ୍ନାରେ ନିଜର ସମ୍ପର୍କୀୟମାନଙ୍କୁ ଶେଷ ନିଶ୍ୱାସ ତ୍ୟାଗ କରୁଥିବାର ଦେଖୁଛନ୍ତି । ମେଡିକାଲରେ କେଉଁଠି ବେଡ ନାହିଁ ତ ଆଉ କେଉଁଠି ଅକ୍ସିଜେନର ଅଭାବ ଦେଖାଦେଉଛି । ପରିସ୍ଥିତିକୁ ସୁଧାରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି, କିନ୍ତୁ ମାମଲା କମିବା ବଦଳରେ ଓଲଟା ବଢିଚାଲିଛି ।

ଏବେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ସରିବ ଏହି କରୋନା ସୁନାମୀ? ବିଶେଷଜ୍ଞଙ୍କ ମତରେ, ଦ୍ୱିତୀୟ ଲହରର ସାମ୍ନାକୁ କରୁଥିବା ଦେଶରେ ପରିସ୍ଥିତି ସ୍ୱାଭାବିକ ହେବା ପାଇଁ ଜୁଲାଇ ପର୍ଯ୍ୟନ୍ତ ସମୟ ଲାଗିପାରେ । କିନ୍ତୁ ମେ’ ମାସର ଦ୍ୱିତୀୟ ସପ୍ତାହରେ କରୋନା ସଂକ୍ରମଣ ମାମଲା ତୀବ୍ର ବୃଦ୍ଧି ପାଇବ । ଏଥିପାଇଁ କରୋନା ମାମଲା ସର୍ବନିମ୍ବ ସ୍ତରକୁ ଆସିବାକୁ ଆହୁରି ମାସେ ବା ଏଥିରୁ ଅଧିକ ସମୟ ଲାଗିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଦେଶର ୧୨ ଟି ରାଜ୍ୟରେ କାରୋନା ମହାମାରୀ ପୁଣି ରେକର୍ଡ ସ୍ତରରେ ପହଞ୍ଚିଛି । ଏହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ, ତାମିଲନାଡୁ, ମଧ୍ୟପ୍ରଦେଶ, ବିହାର, ହରିୟାଣା, ତେଲେଙ୍ଗାନା ଏବଂ ଝାଡଖଣ୍ଡ ।

Get real time updates directly on you device, subscribe now.