fbpx

କରୋନା ରୋଗୀଙ୍କ ପାଇଁ ୧୦୦ଟି ଅକ୍ସିଜେନ୍ କନସେନଟ୍ରେଟର୍ ଦେଲେ ଅକ୍ଷୟ-ଟ୍ୱିଙ୍କଲ୍

ମୁମ୍ବାଇ, ୨୮ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଏହିଭଳି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି ଖିଲାଡି ଅକ୍ଷୟ କୁମାର ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଟ୍ୱିଙ୍କଲ୍ ଖନ୍ନା । ଦୁହେଁ ଆଜି କୋଭିଡ୍ ରୋଗୀଙ୍କ ପାଇଁ ୧୦୦ଟି ଅକ୍ସିଜେନ୍ କନସେନଟ୍ରେଟର୍ ଦାନ କରିଛନ୍ତି । ଏନେଇ ଟ୍ୱିଙ୍କଲ୍ ଟୁଇଟ୍ କରି ସୁଚନା ଦେଇଛନ୍ତି । ସେ ବିଷୟରେ ସୁଚନା ଦେଇ କହିଛନ୍ତି ଯେ, ସେ ଏହି କାମ ଲଣ୍ଡନର ଏକ ଫାଉଣ୍ଡେସନ୍ ସହ ମିଶି କରିଛନ୍ତି । ଏଥିସହିତ ଉକ୍ତ ଫାଉଣ୍ଡେସନ୍ ୧୦୦ଟି ଅକ୍ସିଜେନ୍ କନସେନଟ୍ରେଟର୍ ସହିତ ପରେ ଆହୁରି ୧୨୦ ଅକ୍ସିଜେନ୍ କନସେନଟ୍ରେଟର୍ ଉପଲବ୍ଧ କରାଇବ । ଏହି ପୋଷ୍ଟକୁ ସେୟାର କରିବା ପରେ ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ୍ ଙ୍କୁ ଲୋକମାନେ ସେମାନଙ୍କ ଭଲ କାମ ପାଇଁ ପ୍ରଶଂସା କରିଛନ୍ତି । ତାଙ୍କ ଟୁଇଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି ।

ସେ ତାଙ୍କ ଟୁଇଟ୍ ରେ ଲେଖିଛନ୍ତି ଯେ, “ଲଣ୍ଡନ ଇଲିଟ୍ ହେଲ୍ଥ ତରଫରୁ ଦୈବିକ ଫାଉଣ୍ଡେସନ୍ ଅଧୀନରେ ଡାକ୍ତର ଦ୍ରଶନିକ ପଟେଲ ଏବଂ ଗୋବିନ୍ଦ ବାନକାନୀ ୧୨୦ଟି ଅକ୍ସିଜେନ୍ କନସେନଟ୍ରେଟର୍ଦାନ ଦେବାକୁ ନିଷ୍ପତି ନେଇଛନ୍ତି । ଏହାସହ ଅକ୍ଷୟ ଏବଂ ମୁଁ ଆଉ ୧୦୦ ଟି ଅକ୍ସିଜେନ୍ କନସେନଟ୍ରେଟର୍ ର ବ୍ୟବସ୍ଥା କରିଛୁ । ଏବେ ଏହାର ସଂଖ୍ୟା ୨୨୦ ରେ ପହଞ୍ଚି ଯାଇଛି” ।

ସୁଚନାଯୋଗ୍ୟ, ଅକ୍ଷୟ କୁମାର ଅକ୍ସିଜେନ୍ କନସେନଟ୍ରେଟର୍ ଦାନ କରିବା ପୁର୍ବରୁ ଗୌତମ ଗମ୍ଭୀର ଫାଉଣ୍ଡେସନକୁ ୧ କୋଟି ଟଙ୍କା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଟୁଇଟ୍ କରି ସୁଚନା ଦେଇଥିଲେ । ଏଥିପାଇଁ ସାଂସଦ ଗୌତମ ଗମ୍ଭୀର ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ତାଙ୍କ ଟଙ୍କାରେ କୋଭିଡ୍ ରୋଗୀ ମାନଙ୍କୁ ଅକ୍ସିଜେନ୍, ଔଷଧ, ଖାଇବା ଇତ୍ୟାଦି ଦେବାର ବ୍ୟବସ୍ଥା କରାଯିବ ବୋଲି ସୁଚନା ଦେଇଥିଲେ ।

Get real time updates directly on you device, subscribe now.