fbpx

କ୍ରାସ ହେଲା CoWin ପୋର୍ଟାଲ

ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଆରମ୍ଭ ହୋଇଛି ଟିକାକରଣ । ତେବେ ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଥିବାବେଳେ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଅଧିକ ବୟସରୁ ଅଧିକଙ୍କୁ ଟିକା ଦେବାପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ ।
ତେବେ ଟିକାକରଣ ପାଇଁ ବୟସ ସୀମା କମ କରିବା ଯୋଗୁଁ ଟିକାକରଣ କେନ୍ଦ୍ରରେ ହେବାକୁ ଥିବା ଭିଡକୁ ନିୟନ୍ତ୍ରିତ କରିବା ପାଇଁ ସରକାର CoWin ପୋର୍ଟଲରେ  ପଞ୍ଜିକରଣ କରିବା ଏବଂ ଉପଯୁକ୍ତ ସମୟରେ ଟିକାକରଣ କେନ୍ଦ୍ରକୁ ଆସି ଟିକା ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପଞ୍ଜିକରଣ ଏପ୍ରିଲ ୨୮ ଅର୍ଥାତ ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହେବାକୁ ଥିଲା । ତେବେ ଆଜି ଅପରାହ୍ନ ୪ ଟା ସମୟରେ ଏହି CoWin ପୋର୍ଟାଲର ସର୍ଭର କ୍ରାସ କରିବା କାରଣରୁ ପଞ୍ଜିକରଣରେ ବ୍ୟାଘାତ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.