fbpx

କରୋନା ଲକ୍ଷଣ ଥାଇ ରିପୋର୍ଟ ନେଗେଟିଭ୍ ଆସିଲେ ଜାଣନ୍ତୁ କଣ କରିବେ

ନୂଆଦିଲ୍ଲୀ ୨୮ ।୪ (ଓଡ଼ିଶା ଭାସ୍କର) : ଅନ୍ୟ ଦେଶ ଅପେକ୍ଷା ଭାରତରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ ମଧ୍ୟ କରାଯାଇଛି । ଏନେଇ ବଢୁଥିବା କରୋନା ସଂକ୍ରମଣ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଯଦି କରୋନା ସଂକ୍ରମଣ ପରେ ଆରଟିପିସିଆର ଟେଷ୍ଟରେ ରୋପାର୍ଟ ନେଗେଟିଭ୍ ଆସୁଥିବା ବେଳେ ଲକ୍ଷଣ କରୋନା ସଂକ୍ରମଣର ରହିଛି ତେବେ ଆମକୁ ଅଧିକ ସତର୍କ ରହିବା ଦରକାର ବୋଲି ଦିଲ୍ଲୀ ଏମ୍ସ ନର୍ଦ୍ଦେଶକ ଡ଼କ୍ଟର ରଣଦୀପ ଗୁଲେରିଆ କହିଛନ୍ତ ।

କରୋନାର ଲକ୍ଷଣ:

ଏମ୍ସ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ସ୍ୱାଦ ଏବଂ ଗନ୍ଧ ନଜାଣିପାରିବା, କ୍ଳାନ୍ତ ଅନୁଭବ କରିବା, ଥଣ୍ଡା ଓ ଜ୍ୱର ହେବା, ପେଟରେ ଗ୍ୟାସ୍ ହେବା, ନିଶ୍ୱାସ ପ୍ରଶ୍ୱସ ନେବାରେ କଷ୍ଟ ଅନୁଭବ ହେଲେ ଏବଂ ଗଳା ଦରଜ ରହିବା ଭଳି ଲକ୍ଷଣ ସାମିଲ ରହଛି ।

ଏମ୍ସ ନର୍ଦ୍ଦେଶକ ଗୁଲେରିଆଙ୍କ ପରାମର୍ଶ:

ଏନେଇ ଦିଲ୍ଲୀ ଏମ୍ସ ନର୍ଦ୍ଦେଶକ ଗୁଲେରିଆ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ଅରଟିପିସିଆର ଟେଷ୍ଟକୁ ମଧ୍ୟ ସେ ମାତ୍ ଦେଇ ଦେଉଛି । କେତେକ ମାମଲା ଏମିତି କି କରୋନାର ଲକ୍ଷଣ ଥାଇ ମଧ୍ୟ ରିପୋର୍ଟ ନେଗେଟିଭ୍ ଆସୁଛି । ଏହି ସମୟରେ କରୋନା ଲକ୍ଷଣ ଦେଖା ଯାଉଥିବା ଲୋକମାନଙ୍କର ଚିକିିତ୍ସା କରୋନା ପ୍ରୋଟକଲ ହିସାବରେ ହେବା ଦରକାର । ନହେଲେ କରୋନାର ଦ୍ୱିତୀୟ ଲହର ବହୁତ ଭୟଙ୍କର ଅଟେ । ଯଦି କରୋନା ସଂକ୍ରମିତ ବ୍ୟକ୍ତି ସମ୍ପର୍କରେ ୧ ମିନିଟ୍ ଲାଗି ବ କେହିି ଆସି ଯାଆନ୍ତି ତେବେ ସେ ମଧ୍ୟ କରୋନା ସଂକ୍ରମିତ ହେଇଯାଉଛନ୍ତି । କରୋନାର ବଢୁଥିବା ମାମଲା ଯୋଗୁ ଟେଷ୍ଟ ରିପୋର୍ଟ ଆସିବାରେ ଲେଟ ହେଉଛି । ଏହି ସମୟରେ କ୍ଲିନିକରେ ରେଡିଓଲୋଜିକାଲ୍ ଡାଇଗ୍ନୋସିସ୍ କରିବା ଦରକାର । ଏହାବ୍ୟତୀତ ସିଟି ସ୍କାନରେ ଯଦି କରୋନା ଦେଖାଯାଏ ତେବେ କରୋନା ପ୍ରୋଟକଲ୍ ଅନୁସାରେ ଚିକିତ୍ସା ଆରମ୍ଭ କରିଦେବା ଉଚିତ୍ । ଏହା ସହିତ ସାମଜିକ ଦୂରତା, ମୁହଁରେ ମାସ୍କ ଲଗାଇବା ଏବଂ ହାତ ସାନିଟାଇଜ୍ କରିବା ନିତ୍ୟାନ୍ତ ଜରୁରୀ । କରୋନା ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ଯିଦି ବିଗିଡି ଯାଏ ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବା ଉଚିତ୍ ।

ଶରୀରର ଇମ୍ୟୁନିଟ୍ କରୋନାର ଡବଲ୍ ମ୍ୟୁଟାଣ୍ଟ୍ ଭାଇରସକୁ ଜାଣିପାରୁ ନାହାନ୍ତି । ଯେଉଁଥିପାଇଁ ସଂକ୍ରମଣ ବଢିବା ସହିତ ଆରଟିସିପିଆର ଟେଷ୍ଟରେ ଭାଇରସ୍ ଧରାପଡୁ ନାହାନ୍ତି । ଏଥିପାଇଁ କରୋନା ଲକ୍ଷଣ ଥାଇ ମଧ୍ୟ ରିପୋର୍ଟ ନେଗଟିଭ୍ ଆସୁଥିବା କଥା ଏମ୍ସ ନିର୍ଦ୍ଦେଶକ ଡାକ୍ତର ଗୁଲେରିଆ କହିଛନ୍ତି ।

Get real time updates directly on you device, subscribe now.