fbpx

ନିଜ ସହିତ ଶାହାରୁଖ ଖାନଙ୍କୁ ତୁଳନା କରି ଟ୍ରୋଲ ହେଉଛନ୍ତି କଙ୍ଗନା

ମୁମ୍ବାଇ, ୨୮ା୪ (ଓଡିଶା ଭାସ୍କର) : ନିଜ ସକ୍ସେସ୍ ଷ୍ଟୋରୀକୁ ଶାହାରୁଖ ଖାନଙ୍କ ସହ ତୁଳନା କରି ଟ୍ରୋଲ ହେଉଛନ୍ତି କନଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ । ଆଜି କଙ୍ଗନାଙ୍କ ପ୍ରଥମ ଫିଲ୍ମ “ଗ୍ୟାଙ୍ଗଷ୍ଟାର”କୁ ୧୫ ବର୍ଷ ପୁରିବାର ଖୁସି ଜାହିର କରି ସେ ଟୁଇଟ୍ କରି କିଛି ଏପରି ଲେଖିଛନ୍ତି ଯାହାକୁ ନେଇ ଏବେ ସେ ଟ୍ରୋଲ୍ ହେବାରେ ଲାଗିଛନ୍ତି । ଫିଲ୍ମ “ଗ୍ୟାଙ୍ଗଷ୍ଟାର୍” ଜରିଆରେ ପ୍ରଥମ ଥର ପାଇଁ କଙ୍ଗନା ବଲିଉଡ୍ ରେ ପାଦ ଥାପିଥିଲେ । ତେବେ ଏହି ଫିଲ୍ମରେ ତାଙ୍କ ଦମଦାର୍ ଆକ୍ଟିଂ ପାଇଁ ସେ ଅନେକ ପ୍ରଶଂସା ମଧ୍ୟ ସାଉଁଟିଥିଲେ । ସେଥିରେ କଙ୍ଗନା, ଇମ୍ରାନ୍ ହାସ୍ମିଙ୍କ ଅପୋଜିଟ୍ ରେ ନଜର ଆସିଥିଲେ । ଏହି ଫିଲ୍ମକୁ ଆଜି ୧୫ ବର୍ଷ ପୁରିଛି । ତେଣୁ ସେହି ଖୁସିକୁ ଜାହିର କରିବାକୁ ଯାଇ କଙ୍ଗନା ଟୁଇଟ୍ କରି ନିଜ ସକ୍ସେସ୍ ଷ୍ଟୋରୀକୁ ଶାହରୁଖ ଖାନ୍ ସହ ତୁଳନା କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, “୧୫ ବର୍ଷ ତଳେ ଆଜିର ଦିନରେ ଫିଲ୍ମ ଗ୍ୟାଙ୍ଗଷ୍ଟାର ରିଲିଜ୍ ହୋଇଥିଲା । ଶାହରୁଖ ଖାନ୍ ଏବଂ ମୋର ସବୁଠାରୁ ବଡ ସକ୍ସେସ୍ ଷ୍ଟୋରୀ କିନ୍ତୁ ଏସଆରକେ ହେଉଛନ୍ତି ଦିଲ୍ଲୀର ଏବଂ ଶିକ୍ଷିତ ପରିବାରର । ଆଉ ତାଙ୍କ ପରିବାର ଲୋକ ଫିଲ୍ମ ସହିତ ଜଡିତ ଅଛନ୍ତି । କିନ୍ତୁ ମୁଁ ଇଂରାଜୀର ପଦଟିଏ ବି ଜାଣିନଥିଲି, ଶିକ୍ଷା ବି ନଥିଲା ଏବଂ ହିମାଞ୍ଚଳପ୍ରଦେଶର ଗୋଟିଏ ସୁଦୁର ଗାଁରୁ ଆସିଥିଲି” ।

ଏଥିସହିତ ସେ ତାଙ୍କ ଦ୍ୱିତୀୟ ଟୁଇଟ୍ ରେ କହିଥିଲେ ଯେ, “ପ୍ରତିଟି ପଦକ୍ଷେପ ମୋ ନିଜ ବାପା ଏବଂ ଜେଜେବାପାଙ୍କ ସହ ଲଢ଼େଇ କରି ଆରମ୍ଭ ହୋଇଥିଲା । ଯାହା ମୋ ଜୀବନକୁ ଦୟନୀୟ କରିଦେଇଥିଲା । ଏହାସତ୍ତେ୍ୱ ୧୫ ବର୍ଷର ଏତେ ସଫଳତା ପରେ ବି ସବୁଦିନ ମୁଁ ମୋ ଅସ୍ତିତ୍ୱ ପାଇଁ ଲଢ଼େଇ କରୁଛି । କିନ୍ତୁ ଏହା ମୁଲ୍ୟବାନ” । ତେବେ ଏହି ଟୁଇଟ୍ ପରେ ୟୁଜର୍ ମାନେ ତାଙ୍କ ଅଭିନୟ କ୍ୟାରିୟର୍ କୁ ପସନ୍ଦ କରିଥିବା ବେଳେ କିଛି ତାଙ୍କର ଜବରଦସ୍ତ ମଜାକ୍ ଉଡାଇଛନ୍ତି ।

ଟ୍ରୋଲ୍ କରି କହିଛନ୍ତି ଯେ, “ତୁମ ସକ୍ସେସ୍ ଷ୍ଟୋରୀ କେକେଆର୍ ନୁହେଁ ବରଂ କେଆରକେ ସହିତ ତୁଳନା କରିବା କଥା”, ସେହିପରି ଆଉ ଜଣେ କହିଛନ୍ତି ଯେ, “ଶାହରୁଖ ଖାନ୍ ଆକାଶ ଛୁଇଁ ସାରିଛନ୍ତି କିନ୍ତୁ ତୁମର ସକ୍ସେସ୍ ଷ୍ଟୋରୀ କେବଳ ସିଲିଂ ଫ୍ୟାନ୍ ଯାଏଁ ପହଞ୍ଚିଛି, ତୁମେ ପାଠ ପଢ଼ିଲନି କାହିଁକି ନା ତୁମେ ଯେକୌଣସି ଉପାୟରେ ଫେମ୍ ପାଇବାକୁ ଚାହୁଁଥିଲ” । ସେପଟେ କଙ୍ଗନାଙ୍କୁ ପ୍ରଶଂସା କରି କିଛି ୟୁଜର୍ କହିଛନ୍ତି ଯେ, ଗ୍ୟାଙ୍ଗଷ୍ଟାରରୁ ଥଲାଇଭି ପର୍ଯ୍ୟନ୍ତ ଯାତ୍ରା ହେଉଛି ଖୁବ୍ ପ୍ରେରଣା ଦାୟକ । ଅନେକ ତାଙ୍କୁ ଏଥିପାଇଁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

Get real time updates directly on you device, subscribe now.