fbpx
BSKY SKY
BSKY SKY

ଆତ୍ମହତ୍ୟା କରିବା ପାଇଁ ଟ୍ରାକ୍ ଉପରେ ଶୋଇଗଲେ ଯୁବକ, ସ୍ପିଡରେ ଆସିଲା ଟ୍ରେନ୍; ସେତିକି ବେଳେ ହେଲା ଚମତ୍କାର- ଦେଖନ୍ତୁ ଭିଡିଓ

BSKY

ନୂଆଦିଲ୍ଲୀ: ମୁମ୍ବାଇର ଶିବଡ଼ୀ ରେଳୱେ ଷ୍ଟେସନ୍ ରେ ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ଚମତ୍କାର ହୋଇଗଲା । ଏହାର ଏକ ଭିଡିଓ ଭାରତୀୟ ରେଳବାଇର ଟୁଇଟର୍ ହ୍ୟାଣ୍ଡେଲରେ ସେୟାର୍ କରାଯାଇଛି । ଯେଉଁଥିରେ ଯୁବକଙ୍କ ଆତ୍ମହତ୍ୟା ବେଳର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ୍ ହୋଇଛି । ଏଥିରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଟ୍ରେନ୍ ଆସିବାର ମାତ୍ର କିଛି ସେକେଣ୍ଡ ପୂର୍ବରୁ ଟ୍ରାକ୍ କୁ ଯାଇ ମଝିରେ ଶୋଇପଡ଼ୁଛନ୍ତି । ତେବେ କିଛି ମିଟର୍ ଦୂରରୁ ଟ୍ରାକ୍ ରେ ଯୁବକ ଶୋଇଥିବା ଦେଖି ଟ୍ରେନ୍ ରେ ଥିବା ମୋଟରମ୍ୟାନ୍ ଜଣକ ଏମର୍ଜେନ୍ସି ବ୍ରେକ୍ ଲଗାଇଦେଇଥିଲେ । ଯାହାଫଳରେ ତାଙ୍କ ଜୀବନ ବଞ୍ଚିଯାଇଛି । ଏହା କୌଣସି ଚମତ୍କାର ଠାରୁ କମ୍ ନୁହେଁ । ଭିଡିଓଟିକୁ ପ୍ରଥମରୁ ଯଦି କେହି ଦେଖେ ତେବେ ସେ ନିଶ୍ଚିତ ଭାବରେ କହିଥାନ୍ତା ଯେ, ଟ୍ରେନ୍ ଟି ସେହି କ୍ଷଣି ଯୁବକଙ୍କ ଉପରେ ଚଢ଼ି ଚାଲିଯିବ । ହେଲେ ଉପଯୁକ୍ତ ସମୟରେ ହିଁ ଏହି ଚମତ୍କାର ଘଟିଥିବା ଦେଖିବାକୁ ମିଳିଛି । ଟ୍ରେନ୍ ଟି ଅଟକିବା ପରେ ସେଠାରେ ଥିବା କିଛି ସୁରକ୍ଷା କର୍ମୀ ଯୁବକଙ୍କୁ ଉଠାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.