fbpx

ଭୁବନେଶ୍ୱର ଦେଶର ଟପ ସାଲାରି ଟ୍ରେଣ୍ଡ ସିଟି: ଏହି ଲିଷ୍ଟରେ ପଛରେ ପଡ଼ିଲେ ଦିଲ୍ଲୀ ଓ ମୁମ୍ବାଇ ପରି ବଡ଼ ବଡ଼ ସହର

ନୂଆଦିଲ୍ଲୀ: ସାଧାରଣତଃ ବିଭିନ୍ନ କମ୍ପାନୀରେ ଜବ୍ କରୁଥିବା କର୍ମଚାରୀମାନେ ବିଭିନ୍ନ ସହରରେ ସେମାନଙ୍କର ପୋଷ୍ଟିଂ ଅନୁଯାୟୀ ସାଲାରି ପାଇଥାନ୍ତି । ତେବେ ଏନେଇ ରାଣ୍ଡଷ୍ଟାଣ୍ଡ ଇଣ୍ଡିଆ ପକ୍ଷରୁ ଏକ ସାଲାରି ଟ୍ରେଣ୍ଡ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର ଟାୟର-୨ ସିଟି ମଧ୍ୟରେ ଟପରେ ରହିଥିବା ରିପୋର୍ଟରୁ ଜଣାପଡ଼ିଛି । ଟାୟର-୧ ସିଟି ମଧ୍ୟରେ ମୁମ୍ବାଇ ସିନିୟର ସ୍ତରର ଚାକିରି ପାଇଁ ଆଭରେଜ୍ ୩୫.୭ ଲକ୍ଷ ସାଲାରି ପ୍ରଦାନ କରୁଛି । ଜୁନିୟର ଓ ମିଡ-ସ୍ତରର ଚାକିରି ପାଇଁ ବେଙ୍ଗାଲୁରୁ ବେଷ୍ଟ ସହରର ମାନ୍ୟତା ପାଇଛି । ଏହି ସିଟିରେ ଜୁନିୟର ପୋଷ୍ଟ ପାଇଁ ୬.୭ ଲକ୍ଷ ଓ ମିଡ ସ୍ତରର ଜବ୍ ପାଇଁ ବାର୍ଷିକ ୧୮ ଲକ୍ଷ ମିଳୁଛି । ନ୍ୟାସନାଲ କ୍ୟାପିଟାଲ ରିଜିଅନ (ଏନସିଆର) ଦିଲ୍ଲୀରେ ସିନିୟର ଲେବଲ ଜବ୍ ପାଇଁ ବାର୍ଷିକ ୩୨.୭ ଲକ୍ଷ ଟଙ୍କା ମିଳୁଛି । ସିନିୟର ଲେବଲ ଜବ ପାଇଁ ଭୁବନେଶ୍ୱରରେ ବାର୍ଷିକ ୩୧.୨ ଲକ୍ଷ, କୋଚିରେ ୨୮.୮ ଲକ୍ଷ ଓ ଚଣ୍ଡିଗଡ଼ରେ ୨୬.୫ ଲକ୍ଷ ସାଲାରି ମିଳୁଛି । ଜୁନିୟର ଲେବଲ ଜବ ପାଇଁ ଚେନ୍ନାଇରେ ବାର୍ଷିକ ୫.୬ ଲକ୍ଷ ଟଙ୍କା ବେତନ ମିଳୁଛି ।

ଏନେଇ ରାଣ୍ଡଷ୍ଟାଣ୍ଡ ଇଣ୍ଡିଆର ଏମଡି ଓ ସିଇଓ ବିଶ୍ୱନାଥ ପିଏସ କହିଛନ୍ତି ଯେ, ଜୁନିୟର, ମିଡ ଓ ସିନିୟର ଲେବଲର ସାଲାରି ଷ୍ଟ୍ରକଚର କ୍ଷେତ୍ରରେ ଟାୟର-୨ ସିଟିଗୁଡ଼ିକ ଉପରେ ରହିଛନ୍ତି । ଏହି ସିଟିଗୁଡ଼ିକ ଭବିଷ୍ୟତରେ ଟ୍ୟାଲେଣ୍ଟ ହବ ଓ ଜବ କ୍ରିଏସନ ସେଣ୍ଟରର ମାନ୍ୟତା ଲାଭ କରିବ । ଏହି ସିଟିରେ ବିଭିନ୍ନ ପ୍ରକାର ଫିଜିକାଲ ଓ ସୋସିଆଲ ଇନଫ୍ରାଷ୍ଟ୍ରକଚରରେ ବହୁତ ଇନଭେଷ୍ଟ କାରଣରୁ ଏହି ଫରକ ଦେଖିବାକୁ ମିଳିଛି । ସିନିୟର ଲେବଲରେ ଭୁବନେଶ୍ୱର ଟାୟର-୧ ସିଟିଗୁଡ଼ିକ ଅପେକ୍ଷା ଟେବୁଲରେ ଲିଡରେ ରହିଛି । ମାଇନିଂ, ଷ୍ଟିଲ ଉତ୍ପାଦନକାରୀ ଓ ଆଇଟି କମ୍ପାନୀମାନେ ଏହି ସହରରେ ନିଜର ଅଫିସ ସ୍ଥାପନ କରିବା ଯୋଗୁଁ ଏପରି ସମ୍ଭବ ହୋଇଛି । ଅନ୍ୟ ସହର ମଧ୍ୟରେ ଜୟପୁର, ନାଗପୁର, ଲକ୍ଷ୍ନୌ, ଇନ୍ଦୋର ଓ କୋଇମ୍ବାଟୁର ଆଦି ଜୁନିୟର ଓ ସିନିୟର ଲେବଲରେ ଭଲ ସ୍ଥିତିରେ ରହିଛନ୍ତି ।

Get real time updates directly on you device, subscribe now.