fbpx

ସାମ୍ବାଦିକାଙ୍କ ସମ୍ମୁଖରେ ଲୋକାଲ ଟ୍ରେନରେ ହସ୍ତମୈଥୁନ: ଚପଲରେ ପିଟିବା ପରେ ୟୁଟ୍ୟୁବରେ ଭିଡିଓ କଲେ ଭାଇରାଲ, ଯୁବକ ଗିରଫ

ଚେନ୍ନାଇ: ଜଣେ ମହିଳା ସାମ୍ବାଦିକଙ୍କ ସମ୍ମୁଖରେ ହସ୍ତମୈଥୁନ କରିବା କାରଣରୁ ପୋଲିସ ଜଣେ ୨୩ ବର୍ଷୀୟ ଯୁବକକୁ ଗିରଫ କରିଛି । ଯୁବକ ଜଣଙ୍କ ଚେନ୍ନାଇର ଏକ ଲୋକାଲ ଟ୍ରେନର ଲେଡିଜ କମ୍ପାର୍ଟମେଣ୍ଟରେ ଏଭଳି ଘୃଣ୍ୟ କାମ କରିଥିଲା । ସଦର୍ଣ୍ଣ ରେଲୱେ ପୋଲିସ ପକ୍ଷରୁ ଏହି ୨୩ ବର୍ଷୀୟ ଯୁବକକୁ ଗିରଫ କରାଯାଇଛି । ଲେଡିଜ୍ କମ୍ପାର୍ଟମେଣ୍ଟରେ ମହିଳା ସାମ୍ବାଦିକ ଜଣଙ୍କ ଯାତ୍ରା କରୁଥିଲେ । ଏହି ସମୟରେ ଯୁବକ ଜଣଙ୍କ ହସ୍ତମୈଥୁନ କରିବା ଆରମ୍ଭ କରି ଦେଇଥିଲେ ।

ମହିଳା ସାମ୍ବାଦିକ ଜଣଙ୍କ ପ୍ରଥମେ ଏହାକୁ ନିଜ ଫୋନରେ ରେକର୍ଡ କରିଥିଲେ । ଏହି ଭିଡିଓକୁ ୟୁଟ୍ୟୁବରେ ଶେୟାର କରିଥିଲେ ମହିଳା । ଯୁବକ ଜଣଙ୍କୁ ଚପଲରେ ପିଟିବା ସହିତ ପୋଲିସକୁ ହସ୍ତାନ୍ତର କରିଥିଲେ । ରେଳବାଇରେ ମହିଳାଙ୍କ ସୁରକ୍ଷାକୁ କଡାକଡି କରିବା ପାଇଁ ମହିଳା ଜଣଙ୍କ ଆବେଦନ କରିଛନ୍ତି ।

Get real time updates directly on you device, subscribe now.