fbpx

Video: ପୁରୁଣା ହେଲା ନାଗିନ୍ ଡ୍ୟାନ୍ସ; କୁକୁଡ଼ା ଡ୍ୟାନ୍ସ କରି ଧମାଲ କଲେ ଯୁବକ

Advertisement

ନୂଆଦିଲ୍ଲୀ: ଆମ ଦେଶରେ ବିବାହ ସମୟରେ ଭିନ୍ନ ଭିନ୍ନ ଭଙ୍ଗୀରେ ଡ୍ୟାନ୍ସ ବିନା ବିବାହ କାର୍ଯ୍ୟକ୍ରମ ହେବା ସମ୍ଭବ ନୁହେଁ । ବିବାହ ବେଳେ ଡ୍ୟାନ୍ସ ଏବଂ ଏହାର ଭିଡିଓ ସେୟାର କରିବାର ଧାରା ମଧ୍ୟ ଆରମ୍ଭ ହୋଇଛି । ବିବାହ ସମୟରେ ନାଗିନ୍ ଡ୍ୟାନ୍ସ ପ୍ରାୟତଃ ସମସ୍ତେ କରିଥିବା ଆମେ ଦେଖିଥାଉ । କିନ୍ତୁ ବର୍ତ୍ତମାନ ନାଗିନ୍ ଡ୍ୟାନ୍ସ ବଦଳରେ କୁକୁଡ଼ା ଡ୍ୟାନ୍ସ ହେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଏପରି କୁକୁଡ଼ା ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବେଳେବେଳେ ନାଗିନ୍ ଡ୍ୟାନ୍ସ କରି ଲୋକମାନେ ଆତଙ୍କ ସୃଷ୍ଟି କରିଥାନ୍ତି । ଏବଂ ବେଳେବେଳେ କେତେକଙ୍କ ଡ୍ୟାନ୍ସ ଏତେ ଭୟଙ୍କର ହୋଇଥାଏ ଯେ ଲୋକମାନେ ଡରି ଯାଆନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ନାଗିନ୍ ଡ୍ୟାନ୍ସ ଛାଡି କୁକୁଡ଼ା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଭିଡିଓଟି ଅଧିକର ଅଧିକ ସେୟାର କରାଯାଉଛି କାରଣ ଏହା ପୂର୍ବରୁ କେହି ଏପରି କୁକୁଡ଼ା ଡ୍ୟାନ୍ସ ଦେଖି ନାହାଁନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ବିବାହ ଷ୍ଟେଜରେ ଏକ ଅଦ୍ଭୁତ କୁକୁଡ଼ା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡ କରିବାରେ ଲାଗିଛି। ଆପଣ ନିଶ୍ଚୟ ଦେଖିଥିବେ ଅନେକ ଲୋକ ନାଗିନ୍ ଡ୍ୟାନ୍ସ କରନ୍ତି, କିନ୍ତୁ ଏହି ବ୍ୟକ୍ତି କୁକୁଡ଼ା ପରି ନାଚୁଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିକଟରେ ଥିବା ଲୋକମାନେ ମଧ୍ୟ ତାଙ୍କର ଏହି ଅଦ୍ଭୁତ ଡ୍ୟାନ୍ସର ଏକ ଭିଡିଓ କରିଛନ୍ତି ।

 

View this post on Instagram

 

A post shared by ashik ali (@ashikali2158)


ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅଶିକଲୀ୨୧୫୮ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି ଏବଂ ଏହାକୁ ୫.୩ ମିଲିୟନରୁ ଅଧିକ ଥର ଦେଖାଯାଇଛି । ଏହାକୁ ୨ ଲକ୍ଷରୁ ଅଧିକ ଲୋକ ଲାଇକ ମଧ୍ୟ କରିଛନ୍ତି । ଲୋକମାନେ ଭିଡିଓ ଉପରେ କମେଣ୍ଟ ଦେଇଛନ୍ତି ଏବଂ ଏହି ଡ୍ୟାନ୍ସକୁ ଉପଭୋଗ କରିଛନ୍ତି ।

Get real time updates directly on you device, subscribe now.