fbpx
BSKY SKY
BSKY SKY

(Video) ଧନ୍ୟରେ ତୁ ରସିକିଆ ସ୍ୱାମୀ: ପ୍ରଥମ ସ୍ତ୍ରୀ ୯ ମାସର ଗର୍ଭବତୀ, ଦ୍ୱିତୀୟ ସ୍ତ୍ରୀ ୧ ମାସର ଗର୍ଭବତୀ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମ ଓ ବିଚ୍ଛେଦକୁ ନେଇ ଏକାଧିକ ମାମଲା ସାମ୍ନାକୁ ଆସୁଛି । କେଉଁ ପୁରୁଷ ବାହାହୋଇ ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କରେ ରହୁଛି ତ ଆଉ କେଉଁଠି ବିବାହିତା ମହିଳା ପର ପୁରୁଷଙ୍କ ସହିତ ସମ୍ପର୍କରେ ରହୁଛି । ତେବେ ଏହି କ୍ରମରେ ଜଣେ ରସିକିଆ ସ୍ୱାମୀଙ୍କର କଳାକାରନାମା ସାମ୍ନାକୁ ଆସିଛି । ରସିକିଆ ବାବୁ ଜଣଙ୍କ ଦୁଇଜଣ ସ୍ତ୍ରୀଙ୍କୁ ନେଇ ଖେଳ କରିଥିବା ଜଣାପଡ଼ିଛି ।

ଖବର ମୁତାବକ, ଜଣେ ଯୁବକ ସୋସିଆଲ ମିଡ଼ିଆରେ ଭିଜୁଆଲ ପୋଷ୍ଟ କରି ଫସିଯାଇଥିଲେ । ତାଙ୍କର ପ୍ରଥମ ସ୍ତ୍ରୀ ୯ ମାସର ଗର୍ଭବତୀ ଥିବାବେଳେ ଦ୍ୱିତୀୟ ସ୍ତ୍ରୀ ୧ ମାସର ଗର୍ଭବତୀ ଅଛନ୍ତି । ପ୍ରଥମ ସ୍ତ୍ରୀଙ୍କୁ ଗର୍ଭବତୀ କରି ଆଉ ଜଣେ ମହିଳାଙ୍କ ସହ ପ୍ରେମ ବିବାହ କରି ଇନଷ୍ଟାଗ୍ରାମରେ ପ୍ରେମ ଆଲିଙ୍ଗନର ରିଲସ ପୋଷ୍ଟ କରିଥିଲେ ଯୁବକ । ତେବେ ଏହି ରିଲସ ଖୋଲିଦେଇଥିଲା ରସିକିଆ ସ୍ୱାମୀଙ୍କ ଅସଲ ଚରିତ୍ର ।

ଏହି ଖବର ଜାଣିବା ପରେ ପ୍ରଥମ ସ୍ତ୍ରୀ ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ପୋଲିସ ଉକ୍ତ ରସିକିଆଙ୍କୁ ଗିରଫ କରିଥିଲା । ପ୍ରଥମ ସ୍ତ୍ରୀ ୯ ମାସର ଗର୍ଭବତୀ ଥିବାବେଳେ ସ୍ୱାମୀ ଅନ୍ୟ ଜଣେ ଯୁବତୀଙ୍କ ସହିତ ଫେରାର ହୋଇଯାଇଥିଲେ । ଏହାପରେ ସେ ଉକ୍ତ ଯୁବତୀଙ୍କ ସହିତ ମନ୍ଦିରରେ ବିବାହ କରିଥିଲେ । ଏବେ ଦ୍ୱିତୀୟ ପତ୍ନୀ ୧ ମାସର ଗର୍ଭବତୀ ଅଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ରସିକିଆ ଏବେ ହେବ କାହାର । ଉଭୟ ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀ ସ୍ୱାମୀଙ୍କ ଉପରେ ନିଜ ନିଜର ଅଧିକାର ଦାବି କରୁଛନ୍ତି ।

Get real time updates directly on you device, subscribe now.