fbpx

ଲଗାତାର ୫ଦିନ ବନ୍ଦ ରହିବ ବ୍ୟାଙ୍କ: RBIର ସୂଚନା

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଆଜିଠାରୁ ଲଗାତାର ୫ ଦିନ ପର୍ଯ୍ୟନ୍ତ ବ୍ୟାଙ କାମ ବନ୍ଦ ରହିବ । ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସେପ୍ଟେମ୍ବର ୨୦୨୨ର ଛୁଟି ତାଲିକା ଜାରି ହୋଇଛି। ତେବେ ଏହି ଛୁଟି ତାଲିକାରେ ଚଳିତମାସ ଅର୍ଥାତ ସେପ୍ଟେମ୍ବରରେ ବ୍ୟାଙ୍କଗୁଡିକ ମୋଟ ୧୩ ଦିନ ପାଇଁ ବନ୍ଦ ହେବାକୁ ଯାଉଛି । ଏହି ଛୁଟିଦିନଗୁଡ଼ିକରେ ପର୍ବ, ଦ୍ୱିତୀୟ ଓ ଚତୃର୍ଥ ଶନିବାର ଓ ରବିବାର ଦିନ ସାମିଲ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସରେ ହେବାକୁ ଥିବା ବ୍ୟାଙ୍କ ଛୁଟି ସମ୍ବନ୍ଧରେ…

ସେପ୍ଟେମ୍ବର ମାସରେ ବ୍ୟାଙ୍କର ମୋଟ ୧୩ ଟି ଛୁଟି ଥିବାବେଳେ ସେଥିରୁ ୩ଟି ଛୁଟି ସରିଛି ।ଏଥିସହିତ ଆଗକୁ ଆହୁରି ୧୦ଟି ଛୁଟି ରହିଛି । ତେବେ ୧,୪ ଓବଂ ୬ ତାରିଖରେ ୩ଟି ଛୁଟି ରହିଥିଲା । ଆର୍ ବିଆଇର ସୂଚନା ଅନୁଯାୟୀ ଆଗକୁ ଲଗାତାର ୫ ଦିନ ପାଇଁ ବ୍ୟାଙ୍କ ଛୁଟି ରହିବ । ତେବେ କେଉଁ କେଉଁ ଦିନ ଏବଂ କେଉଁ ସହରରେ ବ୍ୟାଙ୍କ ଛୁଟି ରହିବ ଆସନ୍ତୁ ଜାଣିବା ।

୭ ସେପ୍ଟେମ୍ବର: ପ୍ରଥମ ଓନମ (କୋଚି ଏବଂ ତିରୁଅନନ୍ତପୁରମ)
୮ ସେପ୍ଟେମ୍ବର :ଥିରୁ ଓନମ (କୋଚି ଏବଂ ତିରୁଅନନ୍ତପୁରମ)
୯ ସେପ୍ଟେମ୍ବର : ଇନ୍ଦ୍ରଯାତ୍ରା ( ଗ୍ୟାଙ୍ଗଟକ)
୧୦ ସେପ୍ଟେମ୍ବର : ଦ୍ୱିତୀୟ ଶନିବାର
୧୧ ସେପ୍ଟେମ୍ବର: ରବିବାର

କେଉଁ ସହରରେ ବନ୍ଦ ରହିବ ବ୍ୟାଙ୍କ:

୭ ଏବଂ ୮ ତାରିଖରେ ପ୍ରଥମ ଓମନ ଓ ଥିରୁ ଓମନ ଥିବାରୁ କୋଚି ଏବଂ ତିରୁଅନନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ । ସେହିପରି ୯ ତାରିଖରେ ଇନ୍ଦ୍ର ଯାତ୍ରା ଥିବାରୁ ସିକିମର ଗ୍ୟାଙ୍ଗଟକର ବ୍ୟାଙ୍କ ଗୁଡିକ ବନ୍ଦ ରହିବ। ଏତତ୍ ବ୍ୟତୀତ ୧୦ ତାରିଖରେ ଦ୍ୱିତୀୟ ଶନିବାର ଏବଂ ୧୧ ତାରିଖ ରବିବାର ଥିବାରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଗ ରହିବ ।

Get real time updates directly on you device, subscribe now.