୪୨ ଥର ପ୍ରେମରେ ରିଜେକ୍ଟ, ୭ ବର୍ଷ ଧରି କରୁଥିଲେ ପ୍ରପୋଜ, ଶେଷରେ କଲେ ଏମିତି…

ଲୁକ୍ ପେଶାରେ ଜଣେ ଟାଟୁ କଳାକାର ଏବଂ ସାରା ଜଣେ ମାର୍କେଟିଂ ଏକଜିକ୍ୟୁଟିଭ୍‌।

ୟୁକେ: ସୋସିଆଲ ମିଡିଆରେ ଏକ ଏପରି ପ୍ରେମ କାହାଣୀ ଭାଇରାଲ ହେଉଛି। ଯାହା କେବଳ ପ୍ରକୃତ ପ୍ରେମର ଉଦାହରଣ ନୁହେଁ, ବରଂ ଧୈର୍ଯ୍ୟ ଏବଂ ସମର୍ପଣର ପ୍ରତୀକ ମଧ୍ୟ ପାଲଟିଛି।

ଏ କାହାଣୀ ୟୁକେର ଲୁକ୍ ୱିନଟ୍ରିପ୍ ଏବଂ ତାଙ୍କ ପ୍ରେମିକା ସାରାଙ୍କର। ଯେଉଁଠାରେ ଲୁକ୍ ୭ ବର୍ଷ ମଧ୍ୟରେ ୪୨ ଥର ବିବାହ ପ୍ରସ୍ତାବ ଦେଇ ଫେଲ ମାରିଥିଲେ। ଶେଷରେ ୪୩ ଥରରେ ବିବାହ ପାଇଁ ହଁ କହିଥିଲେ ୪୨ ଥର ବିବାହ ପ୍ରସ୍ତାବ ରିଜେକ୍ଟ କରିଥିବା ସାରା।

ଲୁକ୍ ପେଶାରେ ଜଣେ ଟାଟୁ କଳାକାର ଏବଂ ସାରା ଜଣେ ମାର୍କେଟିଂ ଏକଜିକ୍ୟୁଟିଭ୍‌। ଯେତେବେଳେ ସେମାନଙ୍କ ସମ୍ପର୍କ ମାତ୍ର ଛଅ ମାସର ଥିଲା, ଲୁକ୍ ପ୍ରଥମ ଥର ପାଇଁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସାରା ମନା କରିଦେଇଥିଲେ।

ପ୍ରକୃତରେ, ସାରା ତାଙ୍କ ପୂର୍ବ ସମ୍ପର୍କରୁ ବାହାରି ଆସିଥିଲେ ଏବଂ ତିନୋଟି ପିଲାଙ୍କ ମାଆ ଥିଲେ। ସେ ଭଲ ଭାବରେ ଚିନ୍ତା କରି ଆଗକୁ ବଢ଼ିବାକୁ ଚାହୁଁଥିଲେ। ଏବଂ ଭାବି ଚିନ୍ତି ବଡ଼ ନିଷ୍ପତ୍ତି ନେବାକୁ ଚାହୁଁଥିଲେ। କିନ୍ତୁ ଲୁକ୍ ତାଙ୍କ ପ୍ରେମରେ ହାର ମାନି ନଥିଲେ।

ସେ ପ୍ରତ୍ୟେକ ଥର ଏକ ନୂଆଁ ଢ଼ଙ୍ଗରେ ନୂଆଁ ଉପାୟରେ ସାରାଙ୍କୁ ପ୍ରସ୍ତାବ ଦେଇଥିଲେ। କେତେବେଳେ ପ୍ରାଗ୍‌ର ମହଲରେ କ୍ୟାଣ୍ଡେଲଲାଇଟ୍ ଡିନର, କେତେବେଳେ ଜମୈକା ଦ୍ୱୀପରେ ଘୋଡା ଚଢ଼ି ସାରାଙ୍କୁ ପ୍ରପୋଜ କରିଥିଲେ।

୪୨ ଥର ଫେଲ୍ ମାରିବା ସତ୍ତ୍ୱେ, ସେ ସାରାଙ୍କୁ ଭଲ ପାଇବା ବନ୍ଦ କରି ନଥିଲେ।

ସାରା କହିଛନ୍ତି ଲୁକ୍‌ଙ୍କୁ ଦେଖି ଲାଗେ ସବୁଥର ତାଙ୍କ ପ୍ରପୋଜ ପୂର୍ବଥରରୁ ଅଧିକ ଖାସ୍ ଥାଏ। ସେ କେବେ ବି ମତେ ବାଧ୍ୟ କରି ନାହାଁନ୍ତି। କେବଳ ନିଜ ଭଲପାଇବା ଦେଇଛନ୍ତି।

୨୦୨୩ରେ ଲୁକ୍ ତାଙ୍କ ୪୩ ଥର ପାଇଁ ବିବାହ ପ୍ରସ୍ତାବ ଦେଇଥିଲେ। ସେହି ସମୟରେ ଲୁକ୍ ସାରାଙ୍କୁ ଲଣ୍ଡନର ଗ୍ରୀନ୍ ବିଚ୍ ନେଇଥିଲେ। ସେଠାରେ ସେ ଆଣ୍ଠୁ ମାଡ଼ି ବସି କହିଥିଲେ ବିବାହ ପ୍ରସ୍ତାବ ଦେଇଥିଲେ।

ଶେଷରେ ୪୩ ଥରରେ ସାରା ଲୁକ୍‌ଙ୍କ ବିବାହ ପ୍ରସ୍ତାବକୁ ଗ୍ରହଣ କରି ହଁ କହିଥିଲେ।

୨୦୨୩ ମେ’ ମାସରେ, ଉଭୟଙ୍କର ଜାମାଇକାରେ ଏକ ଡେଷ୍ଟିନେସନ୍ ୱେଡିଂ ହୋଇଥିଲା। ସାରା କହିଥିଲେ, ଲୁକଙ୍କ ପ୍ରେମ ଏବଂ ଧୈର୍ଯ୍ୟ ଯୋଗୁଁ ମୁଁ ଆଜି ତାଙ୍କ ପତ୍ନୀ। ତାଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ମିଳିବା ଉଚିତ।

୭ ବର୍ଷ, ୪୨ ଥର ରିଜେକ୍ଟ ଏବଂ ଶେଷରେ ‘ହଁ’। ଲୁକ୍ ଏବଂ ସାରାଙ୍କ ଏହି ପ୍ରେମ କାହାଣୀ କହେ ଯେ ପ୍ରକୃତ ପ୍ରେମ ନିଶ୍ଚିତ ଭାବରେ ସମୟ ନେଇଥାଏ। କିନ୍ତୁ ଯଦି ଆପଣ ସମ୍ପୂର୍ଣ୍ଣ ହୃଦୟ ସହିତ ଇଚ୍ଛା କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ।