fbpx

୨ ପତ୍ନୀ ଓ ଛୁଆଙ୍କୁ ଛାଡି ଚାଲିଯାଇଥିଲା ବ୍ୟକ୍ତି, ୪୭ ବର୍ଷ ପରେ ଫେରିଲା ତ ପତ୍ନୀଙ୍କୁ…

AAKASH

ନୂଆଦିଲ୍ଲୀ: ଜଣେ ବୃଦ୍ଧଙ୍କ ଅଜବ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୩୭ ବର୍ଷ ବୟସରେ ସେ ନିଜର ୨ ପତ୍ନୀ ଓ ୫ ଛୁଆଙ୍କୁ ଛାଡି ଅଚାନକ୍ କୁଆଡେ ପଳାଇଥିଲେ । ପ୍ରାୟ ୪୭ ବର୍ଷ ପରେ ନିଜ ପରିବାରକୁ ଫେରିବା ପରେ ଯାହା ଖବର ମିଳିଲା, ତାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ପୁଣି ଥରେ ପରିବାରକୁ ଫେରିଥିବା ବ୍ୟକ୍ତି ଜଣକ ୨ ପତ୍ନୀଙ୍କ ଖବର ଶୁଣି ଚକିତ ହେବା ସହ ନିରାଶ ହୋଇଥିଲେ ।

ତେବେ ଏହି ମାମଲା କେନ୍ୟାର କାକମେଗାରେ ଘଟିଛି, ଯେଉଁଠାରେ ପିଟର ଓୟୁକା ନାମକ ଜଣେ ବୃଦ୍ଧ ୪୭ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି । ଏବେ ତାଙ୍କର ବୟସ ୮୪ ବର୍ଷ ହୋଇଛି । ସେ ୧୯୭୪ ମସିହାରେ ଗାଏବ୍ ହୋଇଥିଲେ, ଯେତେବେଳେ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା । ପତ୍ନୀ ଓ ପିଲାମାନେ ମଧ୍ୟ ପିଟରଙ୍କ ଗାଏବକୁ ନେଇ ଚିନ୍ତାରେ ଥିଲେ । ଏହାରି ମଧ୍ୟରେ ଗାଁଲେ କହିଥିଲେ ଯେ ପିଟର କାମ ଖୋଜିବାକୁ ବାହାରକୁ ଯାଇଛି । କିନ୍ତୁ ଏବିଷୟରେ ପିଟର ତାଙ୍କ ପରିବାର ଲୋକଙ୍କୁ କିଛି ସୂଚନା ଦେଇନଥିଲେ ।

ପ୍ରାୟ ୪୭ ବର୍ଷ ପରେ ପିଟର ନିଜ ଘରକୁ ଫେରିବା ପେର ଦେଖିଲେ ଯେ ସବୁକିଛି ବଦଳିଯାଇଛି । କାହିଁକି ନା ତାଙ୍କର ୨ ପତ୍ନୀ ଅନ୍ୟ ପୁରୁଷ ସହିତ ବାହାହୋଇ ସାରିଛନ୍ତି । ପିଟରଙ୍କ କହିବା ମୁତାବକ ସେ ୧୯୮୩, ୧୯୯୨ ଓ ୧୯୯୬ ମସିହାରେ ଗାଁକୁ ଫେରିଥିଲେ, କିନ୍ତୁ କିଛି କାରଣ ଯୋଗୁଁ ସେ ଘରକୁ ଯାଇପାରି ନଥିଲେ । ୪୭ ବର୍ଷ ପଯ୍ୟନ୍ତ ସେ ତଞ୍ଜାନିଆରେ ଥିଲେ । ସେଠାରେ ସେ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ ଓ ତାଙ୍କର ୨ଟି ଛୁଆ ରହିଛି । କିନ୍ତୁ ସେ ଯେବେ ସେହି ମହିଳାଙ୍କ ସହ ସମସ୍ତ ସମ୍ପର୍କ ତୁଟାଇ ନିଜ ଘରକୁ ଫେରିଥିଲେ, ସେବେ ତାଙ୍କର ୨ ପତ୍ନୀ ଅନ୍ୟ ସ୍ଥାନରେ ବିବାହ କରିସାରିଥିଲେ ।

Get real time updates directly on you device, subscribe now.