fbpx

(Video)ବାଇକ ଚଲାଉଥିବା ବେଳେ ପ୍ରେମିକାକୁ ଟାଙ୍କିରେ ବସାଇଲା ଯୁବକ: ପୋଲିଓ ଛଡ଼ାଇଦେଲା ଷ୍ଟାଇଲ୍

ଆଜିକାଲି ଯୁବପିଢ଼ିମାନେ ରିଲେସନସିପରେ ଆସି ଏପରି କିଛି କାମ କରୁଛନ୍ତି, ଯାହାକୁ ଦେଖି ଲୋକମାନେ ମୁଣ୍ଡରେ ହାତ ଦେଇ ବସୁଛନ୍ତି । ଯେଉଁଠାରେ କିଛି କପଲ୍ ପାର୍କରେ କ୍ୱାଲିଟି ଟାଇମ୍ ବିତାନ୍ତି ନଚେତ୍ ମଲରେ ସପିଂ କରୁଥିବା ନଜର ଆସନ୍ତି, କିନ୍ତୁ କିଛି ରୋମାଞ୍ଚକର କରିବାକୁ ସଉକ୍ ରଖୁଥିବା କପଲଙ୍କୁ ଆଶ୍ଚର୍ଯ୍ୟଜନକ କାମ କରୁଥିବାର ଦେଖିବାକୁ ମିଳିଥାଏ । ନିକଟରେ ଆନ୍ଧ୍ରପ୍ରଦେଶରେ ଏକ ରୋମାଣ୍ଟିକ କପଲଙ୍କୁ ବାଇକ ଉପରେ ଅଜବ କାରନାମା କରୁଥିବା ଦେଖିବାକୁ ମିଳିଥିଲା ।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଏକ ରୋମାଣ୍ଟିକ କପଲ୍ ବାଇକ୍ ଉପରେ ବସି ଯାଉଥିବା ଦେଖିବାକୁ ମିଳିଛି । ସାଧାରଣତଃ କପଲ୍ ବାଇକ ଉପରେ ବସି ଯାଉଥିବା ନଜର ଆସନ୍ତି । କିନ୍ତୁ ଏହି ଭିଡିଓ ତା’ଠାରୁ କିଛି ଅଲଗା । ଏହି ଭିଡିଓରେ ଯୁବକ ଜଣକ ବାଇକରେ ବସିଥିବା ବେଳେ ଯୁବତୀ ଜଣକ ବାଇକର ଟାଙ୍କି ଉପରେ ବସି ପ୍ରେମିକଙ୍କୁ ଆଲିଙ୍କନ କରିଥିବା ଦେଖିବାକୁ ମିଳିଛି ।

ଭାଇରାଲ ହେଉଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ ମଧ୍ୟ ଆକ୍ସନ ମୋଡକୁ ଆସିଛି । ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ପୋଲିସ ଆଶ୍ଚର୍ଯ୍ୟଜନକ ଭାବରେ ବାଇକ ଚଲାଉଥିବା ଯୁବକଙ୍କ ମାମଲା ରୁଜୁ କରିଥିଲା । ଏହା ପରେ ପୋଲିସ ଯୁବକଙ୍କ ଗାଡ଼ିକୁ ଜବତ କରିଥିଲା । ଏହ ସହିତ ସେହି ରୋମାଣ୍ଟିକ କପଲଙ୍କ ପିତା-ମାତାଙ୍କୁ ପୋଲିସ ଷ୍ଟେସନ୍ ଡକାଇ ତାଙ୍କୁ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା । ଏହା ସହ ନିୟମର ପାଳନ କରିବାକୁ ପରାମର୍ଶ ଦେବା ସହ ଏହାର ଉଲ୍ଲଙ୍ଘନ କଲେ କ’ଣ ଦଣ୍ଡ ମିଳିବ, ସେନେଇ ବୁଝାଇଥିଲା ପୋଲିସ ।

Get real time updates directly on you device, subscribe now.