fbpx

ମଦ ପାଇଁ ମାନିଲେନି କୁଆପଥରବର୍ଷା

ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର): ଫଟୋ କହୁଛି କଥା । ପ୍ରବଳ ଝଡବର୍ଷା । କୁଆପଥର ପଡୁଛି । ରାସ୍ତାରେ ପାଦେ ପାଣି । ଛତାକୁ ଉଡାଇନେଉଛି ପବନ । ହେଲେ ନିଜ ଜାଗାରୁ ହଲୁନାହାନ୍ତି ଲୋକେ । ଏକ ଜିଦ ମଦ ନେଲେ ଘରକୁ ଯିବେ । ଏଥିପାଇଁ ମଦ ଦୋକାନ ସମ୍ମୁଖ ଧାଡି ଛାଡିବାକୁ ରଙ୍କକ୍ସକ୍ଟ ନାହାନ୍ତି ଲୋକେ ।

ଲକ ଡାଉନ ପାଇଁ ବନ୍ଦ ଥିବା ମଦ ଦୋକାନ ଖୋଲିବାରୁ ମଦ ନେବାକୁ ଯେମିତି ଲୋକେ ପ୍ରତିବଦ୍ଧ । ଉତ୍ତରାଖଣ୍ଡରେ ଗତକାଲି ପ୍ରବଳ କୂଆପଥର ବର୍ଷା ସତ୍ତେ୍ୱ ଲୋକେ ମଦ ଦୋକାନ ସମ୍ମୁଖରେ ଲାଇନ ଲଗାଇଥିବା ଦେଖିବାକୁ ମିଳିଥିଲା । କିଛି ଲୋକ ତ ଛତା ଧରି ଛିଡା ହୋଇଥିଲେ କିନ୍ତୁ ବାକି କିଛି ଏତେ ସାହସୀ ଥିଲେ ଯେ ବିନା ଛତା ଓ ରେନକୋର୍ଟରେ ବି ଲାଇନ ଲଗାଇବାକୁ ପଛାଇନଥିଲେ ।

Get real time updates directly on you device, subscribe now.