fbpx
BSKY
BJD SHG SKY
BJD YOUTH SKY

(Video) ଗଣେଶ ପୂଜା ଭସାଣି ସାଜିଲା କାଳ: ଟାଙ୍ଗିଆ ଚୋଟରେ ପେଟରୁ ବାହାରି ଆସିଲା ଅନ୍ତବୁଜୁଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ କାରଣରୁ ବିଭିନ୍ନ ପର୍ବପର୍ବାଣି ସହ ଗଣେଶ ପୂଜା ବନ୍ଦ ରହିଥିଲା । ତେଣୁ ଚଳିତ ବର୍ଷ ରାଜ୍ୟବାସୀ ବଡ଼ ଧୂମଧାମରେ ଗଣେଶ ପୂଜା ପାଳନ କରିଥିଲେ । ତେବେ ଗଣେଶ ପୂଜା ଭସାଣିର ଖୁସି ଆଣିଦେଇଛି ଦୁଃଖ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।

ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚାପଡ଼ା ପଞ୍ଚାୟତର ଛାଡ଼ିଆ ଗ୍ରାମରେ ଗତକାଲି ରାତି ୧୦ଟା ସମୟରେ ଏହି ଘଟଣା ଘଟିଥିଲା । ମେଢ଼ ପରିକ୍ରମାକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଫଳରେ ଛାଟିଆ ଗ୍ରାମର ପ୍ରମୋଦ ରାଉତ ନାମକ ଜଣେ ବ୍ୟକ୍ତି ହଠାତ୍ ଏକ ମାରଣାସ୍ତ୍ର ଧରି ଦୌଡ଼ିଥିଲେ । ଏହି ସମୟରେ ହଠାତ୍ ସାମ୍ନାକୁ ଆସିଯାଇଥିଲା ଏକ ଛୋଟ ଛୁଆ ।

ତେବେ ଏହି ସମୟରେ ସେଠାରେ ଠିଆ ହୋଇ ଭସାଣି ଦେଖୁଥିବା ରଞ୍ଜନ ବେହେରା ଧାଇଁ ଆସି ପ୍ରମୋଦଙ୍କୁ ଅଟକାଇଥିଲେ । ଏଥିରେ ଉତକ୍ଷିପ୍ତି ହୋଇ ପ୍ରମୋଦଙ୍କ ସାନ ଭାଇ ଚଗଲା ରାଉତ ରଞ୍ଜନଙ୍କୁ ପଛପଟୁ ଧରି ନେଇଥିଲେ ଓ ପ୍ରମୋଦ ରଞ୍ଜନଙ୍କ ପେଟକୁ ଟାଙ୍ଗିଆରେ ଚୋଟ ପକାଇଥିଲେ । ଏହା ଫଳରେ ଘଟଣାସ୍ଥଳରେ ରଞ୍ଜନଙ୍କ ପେଟରୁ ଅନ୍ତବୁଜୁଳା ବାହାରି ଆସିଥିଲା । ରଞ୍ଜନ ସଙ୍କଟାପନ୍ନ ଅବସ୍ଥାରେ ପାଖାପାଖି ୨ ଘଣ୍ଟା ଧରି ପଡ଼ିରହିଥିଲେ ହେଁ ତାଙ୍କ ପାଖରେ ପୋଲିସ କି ଆମ୍ବୁଲାନ୍ସ କେହି ପହଞ୍ଚି ନଥିଲେ । ଦୁଇ ଘଣ୍ଟା ପରେ ତାଙ୍କୁ ଆମ୍ବୁଲାନ୍ସ ସହାୟତାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା ।

Get real time updates directly on you device, subscribe now.