fbpx

ଆଲିଆଙ୍କ କ୍ୟାରିୟରର ସବୁଠୁ ମହଙ୍ଗା ଫିଲ୍ମ: ବଜେଟ୍ ଜାଣି ଉଡିଯିବ ହୋସ୍

ମୁମ୍ବାଇ: ଫିଲ୍ମ “ବ୍ରହ୍ମାସ୍ତ୍ର’ ଆସନ୍ତା ସପ୍ତାହରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହେଉଛି । ଏହି ଫିଲ୍ମଟି ବି-ଟାଉନର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ କ୍ୟାରିୟରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ହୋଇପାରେ ।

କାରଣ ଆଠ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଫିଲ୍ମର ସୁଟିଂ ସମୟରେ ଆଲିଆ ଏବଂ ରଣବୀର କପୁରଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଯାଇଥିଲା ଏବଂ ଫିଲ୍ମ ରିଲିଜ୍ ହେବା ବେଳକୁ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏଥି ସହିତ, ଏହି ଚଳଚ୍ଚିତ୍ରଟି ଆଲିଆଙ୍କ କ୍ୟାରିୟରର ସବୁଠାରୁ ମହଙ୍ଗା ଫିଲ୍ମ  । ୧୦ ବର୍ଷ ପୂର୍ବେ “ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ସହିତ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିବା ଆଲିଆ ଭଟ୍ଟ ଏପର୍ଯ୍ୟନ୍ତ ମୋଟ ୧୨ ଟି ଫିଲ୍ମ କରି ସାରିଛନ୍ତି । କିନ୍ତୁ, ଏହି ସମସ୍ତ ଚଳଚ୍ଚିତ୍ରର ବଜେଟ୍ ତୁଳନାରେ “ବ୍ରହ୍ମାସ୍ତ୍ର’ର ବଜେଟ୍ ବହୁତ ଅଧିକ  ।

ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ମୌନି ରୟ ଏବଂ ନାଗାର୍ଜୁନଙ୍କ ବ୍ୟତୀତ ଶାହରୁଖ ଖାନ୍ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଫିଲ୍ମରେ ଭିଜୁଆଲ୍ ଇଫେକ୍ଟ ପାଇଁ ମଧ୍ୟ ବହୁ ଅର୍ଥ ଖର୍ଚ୍ଚ ହୋଇଛି  । ଏହି କାରଣରୁ ଏହି ଚଳଚ୍ଚିତ୍ରର ବଜେଟ୍ ବହୁତ ଅଧିକ ବୃଦ୍ଧି ପାଇଛି  । ସରଳ ଶବ୍ଦରେ କହିବାକୁ ଗଲେ, “ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ବଜେଟ୍ ଆଲିଆଙ୍କ କ୍ୟାରିୟରର ନଅଟି ଫିଲ୍ମର ବଜେଟ ସହିତ ସମାନ ।

ଆଲିଆ ତାଙ୍କ କ୍ୟାରିୟରରେ ତିନୋଟି ବଡ ବଜେଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି  । “ଗାଙ୍ଗୁବାଇ କାଥିଆୱାଡି’, “କଲଙ୍କ’, ଏବଂ “ଶାନଦାର’, ତେବେ ଅବଶିଷ୍ଟ ନଅଟି ଚଳଚ୍ଚିତ୍ରର ମୋଟ ବଜେଟ୍ ପ୍ରାୟ ୪୨୦ କୋଟି ଟଙ୍କା ହେବ  । ଏଥି ସହିତ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରଣବୀର କପୁର-ଆଲିଆ ଭଟ୍ଟଙ୍କ ଫିଲ୍ମ “ବ୍ରହ୍ମାସ୍ତ୍ର’ ଫିଲ୍ମର ବଜେଟ୍ ପ୍ରାୟ ୪୧୦ କୋଟି ଟଙ୍କା । ଅର୍ଥାତ୍ ଆଲିଆଙ୍କ କ୍ୟାରିୟରର ନଅଟି ଚଳଚ୍ଚିତ୍ରର ବଜେଟ୍ ସହିତ କେବଳ ଗୋଟିଏ ଫିଲ୍ମ “ବ୍ରହ୍ମାସ୍ତ୍ର’ ନିର୍ମାଣ କରାଯାଇଛି ।

Get real time updates directly on you device, subscribe now.