fbpx
BSKY
BJD SHG SKY
BJD YOUTH SKY

ଗତ ବର୍ଷରେ ମୁମ୍ବାଇବାସୀ କରିଛନ୍ତି ୫୭୦ ଗୁଣା କଣ୍ଡୋମ୍ ଅର୍ଡର: ସ୍ୱିଗି ଇନଷ୍ଟାମାର୍ଟର ତଥ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ଗ୍ରାହକମାନେ ଅନଲାଇନ ସପିଂକୁ ବେଶ୍ ପ୍ରାଧାନ୍ୟ ଦେଉଛନ୍ତି । ଏହି ଅନଲାଇନ ସପିଂ ପ୍ଲାଟଫର୍ମ ମାଧ୍ୟମରେ ଅତି ସହଜରେ ଘରେ ପହଞ୍ଚିଯାଉଛି ଆବଶ୍ୟକୀୟ ଜିନିଷ । ଗ୍ରୋସରୀ ଠାରୁ ଆରମ୍ଭ କରି ପରିବା  । ଏମିତିକି ଔଷଧ ମଧ୍ୟ କେବଳ ସ୍ମାର୍ଟଫୋନରେ କିଛି କ୍ଲିକ୍ ରେ ଘରେ ପହଞ୍ଚିଯାଉଛି ।

ଏକ ସର୍ଭେ ଅନୂଯାୟ ସମଗ୍ର ଦେଶରେ ଗତ ବର୍ଷରେ ୬୨ ହଜାର ଟନ ଫଳ ଏବଂ ପନିପରିବା ଅର୍ଡର ହୋଇଛି । ସେହିଭଳି ଦୁଗ୍ଧଜାତୀୟ ଦ୍ରବ୍ୟ ଏବଂ କ୍ଷୀରର ୩ କୋର୍ଟ ଅର୍ଡର ଆସିଛି । ଗତ ବର୍ଷରେ ହାରାହାରି ୬୦ ଲକ୍ଷ ଅଣ୍ଡା ଅନଲାଇନରୁ ଅର୍ଡର ହୋଇଛି ।

ଖାଲି ଅତ୍ୟାବଶ୍ୟକୀୟ ଜିନିଷ ନୁହେଁ ବରଂ ଅନଲାଇନରୁ ଲୋକମାନେ ମେଡିକାଲ ସାମଗ୍ରୀ ମଧ୍ୟ ସହଜରେ ମଗାଇପାରୁଛନ୍ତି । ସର୍ଭେ ଅନୂଯାୟୀ, ଗତ ୧୨ ମାସରେ ମୁମ୍ବାଇରେ ଲୋକେ ୫୭୦ ଗୁଣାରୁ ଅଧିକ କଣ୍ଡୋମ ଅର୍ଡର କରିଛନ୍ତି । ସେହିଭଳି ୨୦୨୧ ରେ ଇନଷ୍ଟାମାର୍ଟରେ ପ୍ରାୟ ୨୦ ଲକ୍ଷ ସାନିଟାରୀ ନାପକିନ୍ , ମେନଷ୍ଟ୍ରୁଆଲ କପ ଏବଂ ଟେମ୍ପୋନ ଅର୍ଡର କରିଥିଲେ ।

Get real time updates directly on you device, subscribe now.